ବଢ଼ିବ ଯୁଦ୍ଧର ଭୟାବହତା, ୟୁକ୍ରେନକୁ ଆଉ ୨୦ ହଜାର କୋଟିର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ବଢ଼ିବ ଯୁଦ୍ଧର ଭୟାବହତା। ୟୁକ୍ରେନକୁ ଆଉ ୨୦ ହଜାର କୋଟିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା। ଯୁଦ୍ଧ ଶେଷ ପର୍ଯ୍ୟନ୍ତ ସହାୟତା ଜାରି ରହିବ ବୋଲି ଘୋଷଣା କରିଛି ପେଣ୍ଟାଗନ।

ତେବେ ରୁଷ୍‌କୁ ଅଟକାଇବା ପାଇଁ ମିତ୍ର ରାଷ୍ଟ୍ରଙ୍କୁ ଆହୁରି ଅସ୍ତ୍ରଶସ୍ତ୍ର ମାଗିଛନ୍ତି ଜେଲେନ୍‌ସ୍କି। ସେପଟେ ପରମାଣୁ ଯୁଦ୍ଧ ଧମକ ଦୋହରାଇଛି ମସ୍କୋ। ପାରମ୍ପରିକ ଯୁଦ୍ଧ ହାରିଲେ ପରମାଣୁ ଯୁଦ୍ଧ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ରୁଷ ସୁରକ୍ଷା ପରିଷଦ ଉପାଧ୍ୟକ୍ଷ।

ଏପଟେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟନୀଙ୍କ ସମ୍ପର୍କରେ ଜେଲେନସ୍କି ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପୁଟନୀ ବଞ୍ଚିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ରେ ସେ ଦେଇଥିବା ଏକ ଭାଷଣ ଅବସରରେ ଏହା କହିଛନ୍ତି ଜେଲେନସ୍କି । ରୁଷର ରାଷ୍ଟ୍ରପତି ଠିକ୍ ଅଛନ୍ତି କି ନାହିଁ ମୁଁ ନିଶ୍ଚିତ ନୁହେଁ । ସେ ନିଷ୍ପତ୍ତି ନେଉଛନ୍ତି କି, କିମ୍ବା ସେଠାରେ ଆଉ କିଏ ନିଷ୍ପତ୍ତି ନେଉଛି ତାହା ଜଣାପଡ଼ୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.