ଫାର୍ଷ୍ଟ ଡିଭିଜନରେ ମାଟ୍ରିକ ପାସ କଲା ଫାଶୀ ଦଣ୍ଡ ପାଇଥିବା କଏଦୀ, ୫ ବର୍ଷର ପିଲାର ହତ୍ୟା ନେଇ ଲାଗିଥିଲା ଅଭିଯୋଗ

ଶାହାଜହାଁପୁର : ଉତ୍ତର ପ୍ରଦେଶ ଶାହଜହାଁପୁରର ଏକ ଅଦାଲତ ଦ୍ୱାରା ଫାଶୀ ଦଣ୍ଡ ପାଇଥିବା ଜଣେ ବାଳକ ଉତ୍ତର ପ୍ରଦେଶ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ଜଣେ ୫ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗରେ ଅଦାଲତ ମନୋଜ ନାମକ ଉକ୍ତ ବାଳକକୁ ଫାଶୀ ଦଣ୍ଡ ଶୁଣାଇଥିଲା ।

ମନୋଜ ଏହାପରେ ଜେଲରେ ପଢ଼ା ଆରମ୍ଭ କରିଥିଲେ ଓ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣାଯାଇଛି । ଜେଲ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ମନୋଜ ଯାଦବ କଲାନ ଅଞ୍ଚଳରେ ରହୁଥିଲା । ସେ ୨୦୧୫ ମସିହା ୨୮ ଜାନୁଆରୀରେ ଜଣେ ୫ ବର୍ଷର ବାଳକକୁ ଗୁଳି ମାରି ହତ୍ୟା କରିବା ନେଇ ଅଭିଯୁକ୍ତ ଥିଲା ।

କୋର୍ଟ ୨୦୨୧ ନଭେମ୍ବର ୨୪ ରେ ତାକୁ ଫାସୀ ଦଣ୍ଡ ରାୟ ଦେଇଥିଲେ । ଫାଶୀ ଦଣ୍ଡ ରାୟ ଘୋଷଣା ହେବା ପୂର୍ବରୁ ମନୋଜ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିଲା । ତେବେ ଫାଶୀ ଦଣ୍ଡ ଘୋଷଣା ହେବା ପରେ ମନୋଜ ପଢ଼ା ଛାଡିଦେଇଥିଲା । ହେଲେ ଆମେ ତାକୁ ପଢ଼ିବା ପାଇଁ ପ୍ରେରଣା ଦେଇଥିଲୁ ।

ସେ ମନ ଲଗାଇ ପାଠ ପଢ଼ିବା ପରେ ୬୪ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ବୋର୍ଡ ପରୀକ୍ଷା ପାସ କରିଥିବା ଜେଲ ଅଧିକ୍ଷକ କହିଛନ୍ତି । ମନୋଜର ପଢ଼ା ପାଇଁ ଜେଲ ଅଧୀକ୍ଷକ ବହି ଯୋଗାଇବା ସହ ମଝିରେ ମଝିରେ ତଦାରଖ କରୁଥିବା ମଧ୍ୟ ଜେଲ ଅଧୀକ୍ଷକ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.