ଏନକାଉଣ୍ଟରରେ ବିକାଶ ଦୁବେ ମୃତ! ମଧ୍ୟପ୍ରଦେଶରୁ କାନପୁରକୁ ଆଣିବା ସମୟରେ ପୋଲିସଠାରୁ ବନ୍ଧୁକ ଛଡାଇବାକୁ କରିଥିଲା ଉଦ୍ୟମ

ମଧ୍ୟପ୍ରଦେଶ: ବିକାଶ ଦୁବେକୁ ପୋଲିସର ଏନକାଉଣ୍ଟର । ମଧ୍ୟପ୍ରଦେଶରୁ କାନପୁରକୁ ଆଣିବା ବେଳେ ବାଟରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ରାସ୍ତାରେ ଆଣୁଥିବା ବେଳେ ଗାଡି ଭିତରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୋଲିସଠାରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା । ସେତିକିବେଳେ ଗାଡି ଦୁର୍ଘଟଣା ହୋଇ ରାସ୍ତାକୁ ଖସି ପଡିଥିଲା ।

vikashତେବେ ପୁଲିସ୍‌ ଦ୍ୱାରା ଗତକାଲି ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତା’ର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପୂର୍ବରୁ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛି। ଗୁରୁବାର ମଧ୍ୟପ୍ରଦେଶର ଉଜୈନର ଏକ ମନ୍ଦିରରୁ ବିକାଶକୁ ଗିରଫ କରାଯାଇଥିଲା। ସୂଚନା ଥାଉକି, ଗୁଳିମାଡ଼ ହେବା ପରେ ବିକାଶକୁ ହସ୍ପିଟାଲ ନିଆଯାଉଥିଲା। ହେଲେ ଅଧା ବାଟରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍‌ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.