ପାଗଳ, ମୁର୍ଖ, ନିର୍ବୁଦ୍ଧିଆ…! ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲକୁ ଏମିତି କାହିଁକି କହିଲେ ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ଅଗ୍ନିହୋତ୍ରୀ

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’କୁ କର ମୁକ୍ତ କରିବାକୁ ବୟାନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ଦେଇ ଅଗ୍ନିହୋତ୍ରୀ କହିଛନ୍ତି- କିଛି ଲୋକ ଚାହୁଁଛନ୍ତି ଯେ ଭଗବାନ ପୃଥିବୀକୁ ଆସନ୍ତୁ। ମୁର୍ଖ, ପାଗଳ ଓ ନିର୍ବୁଦ୍ଧିଆ ଏହି ୩ଟି ଶ୍ରେଣୀର ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ। ଏମାନଙ୍କୁ ଜବାବ ଦେବା ଉଚିତ ନୁହେଁ।

କ’ଣ ରହିଛି ମାମଲା:

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଥିଲେ ଯେ ଦ କଶ୍ମୀର ଫାଇଲ୍ସକୁ ଦିଲ୍ଲୀରେ କରମୁକ୍ତ କରିବାକୁ ଦାବି କରୁଥିବା ବିଜେପି ବିଧାୟକଙ୍କ ପାଇଁ ଫିଲ୍ମକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଉ ଓ ସମସ୍ତଙ୍କ ପାଇଁ ନିଃଶୁଳ୍କ କରିଦିଆଯାଉ। ବିଧାନସଭାକୁ ସମ୍ବୋଧିତ କରିବା ବେଳେ କେଜରିଓ୍ଵାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାଜନୈତିକ ଲାଭ ପାଇଁ ଫିଲ୍ମକୁ ବ୍ୟବହାର କରୁଥିବା ନେଇ ଆରୋପ ଲଗାଇଥିଲେ।


କେଜରିଓ୍ଵାଲ କହିଥିଲେ, ବିଜେପି ଦାବି କରୁଛି ଯେ ଦିଲ୍ଲୀରେ କ କଶ୍ମୀର ଫାଇଲ୍ସ ଫିଲ୍ମକୁ କରମୁକ୍ତ କରାଯାଉ। ମୁଁ ଭାବୁଛି ଏହାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଦିଅନ୍ତୁ। ଫଳରେ ଏହା ସମସ୍ତଙ୍କ ପାଇଁ ମାଗଣା ହୋଇଯିବ ଓ ସମସ୍ତେ ଦେଖିପାରିବେ।

ମୋଦି ୮ ବର୍ଷ ଧରି ଦେଶକୁ ଶାସନ କରିବା ପରେ ବି ଫିଲ୍ମର ସହାୟତା ଲୋଡ଼ୁଛନ୍ତି ବୋଲି ଏ ଅବସରରେ ଅଭିଯୋଗ କରିଥିଲେ କେଜରିଓ୍ଵାଲ।

ଏହି ମାମଲାରେ ଏବେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କେଜରିଓ୍ଵାଲଙ୍କୁ ପରୋକ୍ଷ ଭାବରେ ମୁର୍ଖ, ପାଗଳ ଓ ନିର୍ବୁଦ୍ଧିଆ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.