ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନେଇ ଲୋକସଭାରେ ପ୍ରଶ୍ନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):   ଦେଶରେ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନେଇ ଆଜି ଲୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏକ ଲିଖିତ ପ୍ରଶ୍ନ କରିଛନ୍ତି । ଉତ୍ତରର କେନ୍ଦ୍ର ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ରତନଲାଲ୍‌ କଟାରିଆ କହିଛନ୍ତି, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରକୁ ଦିନକୁ ଜଣପିଛା ୪୦ ଲିଟର ପିଇବା ପାଣି ଯୋଗାଇ ଦିଆଯାଉଛି । ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ଜଳ ଜୀବନ ମିସନ କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ୩.୬୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ଡିସେମ୍ବର ୧୩ ସୁଦ୍ଧା ଓଡ଼ିଶାର ସମୁଦାୟ ୧ଲକ୍ଷ ୫୭ ହଜାର ୧୩ଟି ଜନବସତିରୁ ୧ ଲକ୍ଷ ୫୪ ହଜାର ୪୭୩ ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ହୋଇଛି । ୧୨୯ଟି ଜନବସତିକୁ ଆଶିଂକ ପାନୀୟ ଜଳ ଯୋଗାଣ ହୋଇଛି । ସେହିପରି ଓଡ଼ିଶାର ୨ହଜାର ୪୧୧ଟି ଜନବସତିରେ ପାନୀୟ ଜଳର ମାନ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ କେତେ ଦିଆଯାଇଛି ପ୍ରଶ୍ନ କରିଥିଲେ ଡକ୍ଟର ସାମନ୍ତ । ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୩୪ କୋଟି ୯୬ ଲକ୍ଷ, ୧୦୧୭-୧୮ରେ ୮୩ କୋଟି ୫୯ ଲକ୍ଷ, ୨୦୧୮-୧୯ରେ ୧୨୮ କୋଟି ୮୨ ଲକ୍ଷ ଟଙ୍କା କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.