ଆଖି ନାହିଁ କାନ ନାହିଁ, ଯାହା କହିଦେଲେ ବି ଦୋଷ ନାହିଁ

ଚଳିତ ନିର୍ବାଚନରେ ନେତାମାନଙ୍କ ପାଟିରେ ବାଡ଼ବତା ରହୁ ନାହିଁ । କିଏ କାହାକୁ କେତେବେଳେ କଣ କହୁଛି ତାର କିଛି ଠିକ୍‌ ଠିକଣା ନାହିଁ । ଯେମିତି ଜିଭ ଉପରେ ଆଦୌ ନିୟନ୍ତ୍ରଣ ନାହିଁ । ଏମିତିକି ସାଧାରଣ ସଭାରେ ଲୋକଙ୍କ ଆଗରେ ଭାଷଣ ଦେବା ବେଳେ ନେତାଏ ଶଳୀନତା ମଧ୍ୟ ଭୁଲି ଯାଉଛନ୍ତି । ଯାହା ତ ଆପତ୍ତିଜନକ ମନ୍ତବ୍ୟ ଦେଛନ୍ତି, ସେଥିରେ ଭୁଲି ଯାଛନ୍ତି ଯେ ସେମାନେ ଜଣେ ଜଣେ ଜନନେତା । ଏଠି ଏବେ ଆମେ ଏମିତି କିଛି ମନ୍ତବ୍ୟକୁ ସ୍ଥାନ ଦେଇଛୁ ଆପଣମାନଙ୍କ ପାଇଁ ।
୧-ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଏସ୍‌ପି ସିଂହ ବଘେଲ କହିଛନ୍ତି, ଶୌଚାଳୟ ସଂଖ୍ୟା କମ୍‌ ଥିବା ଯୋଗୁଁ ଦେଶରେ ୯୦ ପ୍ରତିଶତ ଦୁଷ୍କର୍ମ ହେଉଛି । ବଘେଲ ଆଗ୍ରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

୨-ସହିଦ ହେମନ୍ତ କରକରେ ଏବଂ ବାବରି ମସଜିଦ ପ୍ରସଙ୍ଗରେ ବିବାଦୀୟ ବୟାନ୍‌ ଦେଇଥିବା ସାଧ୍ୱୀ ପ୍ରଜ୍ଞା ପୁଣି ବିବାଦରେ । ଭୋପାଳରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଛନ୍ତି ।

୩-ସେପଟେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେଶ ବଘେଲ ସାଧ୍ୱୀ ପ୍ରଜ୍ଞାଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ପ୍ରଜ୍ଞା ଜଣେ ଅଭ୍ୟାସଗତ ଅପରାଧୀ । ଛୁରୀ ଆକ୍ରମଣ ଘଟଣାରେ ତାଙ୍କ ନାଁରେ ଅଭିଯୋଗ ରହିଛି ।

୪-ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ତାଙ୍କ ମେଣ୍ଟ ଦଳ ଆଗାମୀ ନିର୍ବାଚନରେ ଜିତିବ ଏବଂ ଦେଶରେ ଜଣେ ନୂଆ ପ୍ରଧାନମନ୍ତ୍ରୀ କ୍ଷମତାସୀନ ହେବ । ବିଜେପି କହୁଛି ଏହା ସମ୍ଭବ ନୁହେଁ, ହେଲେ ଆମେ ଏହାକୁ ସମ୍ଭବ କରି ଦେଖାଇବୁ ।

୫-ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି କି ରାହୁଲ ଗାନ୍ଧି, ଅଖିଳେଶ କିମ୍ବା ମାୟାବତୀ କେହି ବି ଦେଶକୁ ସୁରକ୍ଷା ଦେଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.