Below header

ଜାରି ରହିଛି ହ୍ଵାଇଟ ହାଉସ ସସ୍‌ପେନ୍ସ: ଇଲେକ୍ଟୋରାଲ ଭୋଟରେ ଆଗରେ ବାଇଡେନ୍, ଏବେବି ବାକି ଅଛି କିଛି ରାଜ୍ୟର ଭୋଟ୍ ଗଣତି

ଆମେରିକା: ଅନ୍ତ ହେଉନି ଆମେରିକାବାସୀଙ୍କ ଅପେକ୍ଷା। ବଢି ଚାଲିଛି ବିଶ୍ୱବାସୀଙ୍କ ଉତ୍କଣ୍ଠା । ଜାରି ରହିଛି ହ୍ଵାଇଟ ହାଉସ ସସ୍‌ପେନ୍ସ । ୪-୫ଟି ରାଜ୍ୟର ଗଣତି କଣ୍ଟାରେ ଝୁଲୁଛି ଟ୍ରମ୍ପ-ବାଇଡେନ୍‌ଙ୍କ ଭାଗ୍ୟ । ବର୍ତ୍ତମାନ ଇଲେକ୍ଟୋରାଲ ଭୋଟରେ ଆଗରେ ଅଛନ୍ତି ବାଇଡେନ୍‌ । କିନ୍ତୁ ଟ୍ରମ୍ପ ଶେଷ ମୁହୂର୍ତ୍ତରେ ବାଜି ମାରି ନେଇପାରନ୍ତି । ରାଷ୍ଟ୍ରପତି କିଏ ହେବ କିଛି ବି କହି ହେବ ନାହିଁ ।

ଆଲାସ୍କା, ଆରଜୋନା, ପେନ୍‌ସିଲଭେନିଆ, ନାଭେଡା, ଜର୍ଜିଆ ଓ ନର୍ଥ କାରୋଲିନାରେ ଏପର୍ଯ୍ୟନ୍ତ ଭୋଟ୍‌ ଗଣତି ଶେଷ ହୋଇନାହିଁ । ଏ ଜଟିଳ ସ୍ଥିତିରେ ୪ଟି ସ୍ଥାନରେ ଗଣତି ଅଟକାଇବାକୁ ଆଇନର ଆଶ୍ରୟ ନେଇ ସାରିଲେଣି ଟ୍ରମ୍ପ । ସେପଟେ ବାଇଡେନ୍‌, ବିଜୟ ନେଇ ଆଶା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ହେବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟୋରଲା ଭୋଟରୁ ଆବଶ୍ୟକ ୨୭୦ । ବାଇଡେନ ୨୬୪ ଓ ଟ୍ରମ୍ପ ୨୧୪ ଇଲେକ୍ଟୋରଲା ଭୋଟ୍‌ ପାଇଛନ୍ତି । ବାଇଡେନ୍‌ ଆଗରେ ଥିଲେ ବି ଟ୍ରମ୍ପ କୌଣସି ମୁହୂର୍ତ୍ତରେ ଓଲଟପାଲଟ କରି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.