ସ୍ୱାମୀ ପସନ୍ଦ ନ ଥିଲା ବୋଲି…ଗଛରେ ବାନ୍ଧିଦେଲା ସ୍ତ୍ରୀ, ବାପଘରୁ ଆଣିଥିବା କିରୋସିନ ଢାଳି ଲଗାଇଦେଲା ନିଆଁ

ବିହାରରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ପସନ୍ଦ କରୁ ନ ଥିଲେ ବୋଲି ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ପୀଡ଼ିତ ସ୍ୱାମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ୬୦ ପ୍ରତିଶତ ଅଂଶ ଜଳି ଯାଇଛି।

ବିହାରର ପାଟନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୨୨ ବର୍ଷୀୟା ଜଣେ ମହିଳା ନିଜ ସ୍ୱାମୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ମହିଳା ଜଣକ ସେଲ୍ଫି ନେବା ବାହାନାରେ ନିଜ ସ୍ୱାମୀଙ୍କୁ ପ୍ରଥମେ ଗଛରେ ବାନ୍ଧି ପକାଇଥିଲେ ଏବଂ ପରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ସେ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ। ଏହି ଘଟଣାରେ ଆହତ ସ୍ୱାମୀଙ୍କୁ ମୁଜଫର୍‌ପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି। ପୀଡ଼ିତ ସ୍ୱାମୀଙ୍କ ନାମ ଶମ୍ଭୁ କୁମାର, ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି।

ଶମ୍ଭୁଙ୍କ ପରିବାର ଲୋକଙ୍କ କହିବା ହେଲା, ଛୋଟି କୁମାରୀ ନିଜ ସ୍ୱାମୀଙ୍କୁ ପସନ୍ଦ କରୁ ନ ଥିଲେ ଏବଂ ବିବାହ ପରଠାରୁ ସମସ୍ତଙ୍କ ସହିତ ଝଗଡ଼ା କରୁଥିଲେ। ସ୍ୱାମୀ ପସନ୍ଦ ନ ଥିବାରୁ ଦୁଇଜଣ କେବେ ବି ସ୍ୱାମୀ, ସ୍ତ୍ରୀଙ୍କ ପରି ଏକାଠି ରହୁ ନ ଥିଲେ। ଛୋଟିଙ୍କୁ ଘରଲୋକେ ବାରମ୍ବାର ଶମ୍ଭୁଙ୍କ ସହିତ ରହିବା ପାଇଁ ଚାପ ପକାଉଥିଲେ, ଯେଉଁଥିରେ ବିରକ୍ତ ହୋଇ ଛୋଟି କୁମାରୀ ଶମ୍ଭୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ।

କିଛି ଦିନ ପୂର୍ବରୁ ସେ ବାପଘରୁ ଫେରିଥିଲେ। ଶନିବାର ରାତିରେ ଶମ୍ଭୁଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଘର ପଛପଟ ବାଡ଼ିକୁ ଡାକି ନେଇଥିଲେ। ସେଠାରେ ସେ ମଜାରେ ମଜାରେ ରଶି ଓ ଗାମୁଛା ସାହାଯ୍ୟରେ ଶମ୍ଭୁଙ୍କୁ ଏକ ଗଛରେ ବାନ୍ଧି ପକାଇଥିଲେ ଏବଂ ପରେ କିରୋସିନ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ନିଆଁରେ ଜଳୁଥିବା ବେଳେ ଯେତେବେଳେ ଶମ୍ଭୁ ଜୋର୍‌ରେ ପାଟି କରିଥିଲେ, ତ ତାଙ୍କ ପାଟି ଶୁଣି ଘରଲୋକ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଶମ୍ଭୁଙ୍କ ଶରୀରର ୬୦ ପ୍ରତିଶତ ଅଂଶ ଜଳିଯାଇଛି। ସେପଟେ ପୋଲିସ ଏଭଳି ଜଘନ୍ୟ କାଣ୍ଡ ପାଇଁ ଅଭିଯୁକ୍ତ ଛୋଟି କୁମାରୀଙ୍କୁ ଗିରଫ କରିଛି।

Leave A Reply

Your email address will not be published.