ମହାନତାର ଏକ ନିଆରା ଉଦାହାରଣ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପଢା ପାଇଁ କିମ୍‍ସକୁ ପତ୍ନୀଙ୍କ ମର ଶରୀର ଦାନ କଲେ ପତି

ଭୁବନେଶ୍ୱରର ଆଇଆରସି ଭିଲେଜ ଏନ୍‍୧-୫୪ରେ ରହୁଥିବା ସୁଦର୍ଶନ ଷଡ଼ଙ୍ଗୀଙ୍କ ପତ୍ନୀ ମନୋରମା ଷଡ଼ଙ୍ଗୀ ସୋମବାର ସକାଳେ ହୃଦ୍‍ଘାତରେ ମୃତ୍ୟୁବରଣ କରିଥିଲେ । ସେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନ ଥିଲେ । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା

ଭୁବନେଶ୍ୱର(କେନ୍ୟୁଜ୍): ହୃଦ୍‍ଘାତରେ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ତାଙ୍କ ମରଶରୀରକୁ କିମ୍‍ସକୁ ଦାନ କରି ନିଜର ମହାନତା ପ୍ରଦର୍ଶନ କରିଛନ୍ତି ପତି। ଶରୀର ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଭୁବନେଶ୍ୱରର ଆଇଆରସି ଭିଲେଜ ଏନ୍‍୧-୫୪ରେ ରହୁଥିବା ସୁଦର୍ଶନ ଷଡ଼ଙ୍ଗୀଙ୍କ ପତ୍ନୀ ମନୋରମା ଷଡ଼ଙ୍ଗୀ ସୋମବାର ସକାଳେ ହୃଦ୍‍ଘାତରେ ମୃତ୍ୟୁବରଣ କରିଥିଲେ । ସେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନ ଥିଲେ । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଷଡ଼ଙ୍ଗୀଙ୍କ ପୂର୍ବ ଇଛା ଅନୁଯାୟୀ ତାଙ୍କ ସ୍ୱାମୀ  ପରିବାର ଲୋକଙ୍କ ଉପସ୍ଥିତିରେ ମଙ୍ଗଳବାର କିମ୍‍ସକୁ ପତ୍ନୀଙ୍କ ଶରୀର ଦାନ କରିଥିଲେ ।

କିମ୍‍ସକୁ ସ୍ୱର୍ଗତ ଷଡଙ୍ଗୀଙ୍କ ଶରୀର ଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ତିନି କନ୍ୟା ଡ. ସୁରମା, ସୁଚେତା ଓ ସୁଦୀପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏଥିପାଇଁ କିମ୍‍ସ କର୍ତ୍ତୃପକ୍ଷ ସୁଦର୍ଶନ ଷଡ଼ଙ୍ଗୀଙ୍କ ଓ ତାଙ୍କ ପରବାରକୁ ସାଧୁବାଦ ଜଣାଇବା ସହ ଏହା ଅନ୍ୟମାନଙ୍କୁ ଶରୀର ଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଏହାକୁ କିମ୍‍ସ ଆନାଟୋମି ବିଭାଗର ଛାତ୍ରଛାତ୍ରୀଙ୍କ ତାଲିମ ଓ ଗବେଷଣା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି କିମ୍‍ସ ପକ୍ଷରୁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.