କରେଣ୍ଟ ଲଗାଇ ସ୍ୱାମୀର ହତ୍ୟା କଲା ସ୍ତ୍ରୀ, ଦୁଇ ଦିନ ଘରେ ରଖିଲା ଶବ

ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ଘରୁ ପଚା ଗନ୍ଧ ବାହାରିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ଆଗ୍ରାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ଘରୁ ପଚା ଗନ୍ଧ ବାହାରିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ସଦର ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ମୃତକର ନାମ ହେଉଛି ନୀରଜ । ପୋଲିସ କହିବା ଅନୁସାରେ ନୀରଜ କୁଶୱା ତାଙ୍କ ସ୍ତ୍ରୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନଗଲା କାଛିୟାନରେ ଏକ ଭଡା ଘରେ ରହୁଥିଲେ । ସେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ େଓ୍ଵଣ୍ଡର ଭାବରେ କାମ କରୁଥିଲେ ।

ନୀରଜ ଅତ୍ୟଧିକ ମଦ୍ୟପାନ କରୁଥିଲେ ଏବଂ ସବୁ ଦିନ ଘରକୁ ଆସି ପ୍ରୀତିଙ୍କୁ ହଇରାଣ କରୁଥିଲେ । ଏଭଳି ବାରମ୍ବାର ଘଟିବା ପରେ ପ୍ରୀତି ରାଗି ଯାଇ ନିଜ ସ୍ୱାମୀଙ୍କ ହତ୍ୟା କରିବା ଭଳି ପଦକ୍ଷେପ ନେଇଥିଲେ । ସେ ନିଜ ସ୍ୱାମୀଙ୍କ ଗୋଡ଼ରେ ବିଦ୍ୟୁତ ତାର ସଂଯୋଗ କରି କରେଣ୍ଟ ଲଗାଇଥିଲେ । ଫଳରେ ସ୍ୱାମୀ ନୀରଜଙ୍କର ମୃତ୍ୟୁ ହୋଇଥିଲା । ମହିଳା ଜଣକ ମୃତଦେହକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନା ଅନୁସାରେ ସୋମବାର ସକାଳେ ମୃତ ଦେହରୁ ଗନ୍ଧ ଆସିବା ପରେ ପ୍ରୀତି ଘରେ ତାଲା ପକାଇ ପୋଲିସ ଥାନାରେ ପହଞ୍ଚିଥିଲେ ଏବଂ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି କହିଥିଲେ । ସମ୍ପୃକ୍ତ ଘଟଣାରେ ପୋଲିସ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ପ୍ରୀତିଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି । ଘରୋଇ ବିବାଦକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.