ଇକୋନୋମିକ କ୍ଲାସ୍‌ ଟିକେଟ କରି ବିଜନେସ କ୍ଲାସରେ ବସିବାକୁ ଜିଦି କରିଥିଲେ, କ୍ର୍ୟୁ ମେମ୍ବର ମନା କରିବାରୁ ମୁଥ ମାରି ଛେପ ପକାଇ ଅର୍ଦ୍ଧନଗ୍ନ ହେଲେ ଇଟାଲୀ ମହିଳା

ଆବୁଧାବିରୁ ମୁମ୍ବାଇ ଆସୁଥିବା ବିମାନରେ ମଝି ଆକାଶରେ ଅର୍ଦ୍ଧନଗ୍ନ ହେଲେ ମହିଳା ଯାତ୍ରୀ । ଆବୁଧାବିରୁ ମୁମ୍ବାଇ ଆସୁଥିବା ଭିସ୍ତାରା ଫ୍ଲାଇଟରେ ମହିଳା ଯାତ୍ରୀଙ୍କ ଘଟାଇଥିଲେ ଉନ୍ମତ୍ତ କାଣ୍ଡ । ଇକୋନୋମିକ କ୍ଲାସର ଟିକେଟ୍ କରି ବିଜନେସ କ୍ଲାସରେ ବସିବାକୁ ଜିଦି ଧରିଥିଲେ ଇଟାଲୀର ୪୫ ବର୍ଷୀୟା ପୋୟଲା ପେରୁସିଓ । ଏନେଇ କ୍ରୁ ମେମ୍ବରଙ୍କ ସହ ଝଗଡା କରିଥିଲେ। ସେମାନଙ୍କୁ ଆକ୍ରମଣ ବି କରିଥିଲେ । କ୍ରୁ ମେମ୍ବରଙ୍କ ଉପରକୁ ଛେପ ପକାଇବା ସହ ମୁଥ ମାରିଥିଲେ। କ୍ରୁ ମେମ୍ବର ରୋକିବାକୁ ଚେଷ୍ଟା କରିବାରୁ ନିଜର ଡ୍ରେସ ଖୋଲି ଫିଙ୍ଗି ଦେଇଥିଲେ ମହିଳା । ଅର୍ଦ୍ଧନଗ୍ନ ଅବସ୍ଥାରେ କରିଡରରେ ଚାଲିଥିଲେ । ଏନେଇ ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ ସହାର ଥାନାରେ ଅଭିଯୋଗ ପରେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ ।

ଖବର ମୁତାବକ, ଇକୋନୋମିକ କ୍ଲାସରେ ଟିକେଟ କରି ବିମାନରେ ଚଢିଥିଲେ ମହିଳା । ହେଲେ ବିଜନେସ କ୍ଲାସରେ ବସିବାକୁ ଜିଦି କରିଥିଲେ । କ୍ୟାବିନ କ୍ର୍ୟୁ ତାଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ବିମାନ ମଧ୍ୟରେ ହଙ୍ଗାମା ଆରମ୍ଭ କରିଦେଇଥିଲେ । କ୍ର୍ୟୁ ମେମ୍ବର ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ହେଲେ ମହିଳା ଜଣକ ଝଗଡା କରିଥିଲେ ।

ଏୟାର ଭିସ୍ତାରାର ଫ୍ଲାଇଟ୍‌ ୟୁକେ ୨୫୬ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ବିମାନଟି ୨.୦୩ରେ ଆବୁଧାବିରୁ ଉଡାଣ ଭରିଥିଲା। ରାତି ୨.୩୦ ମିନିଟରେ ଇକୋନୋମିକ କ୍ଲାସରେ ବସିଥିବା ଜଣେ ମହିଳା ହଠାତ୍‌ ଉଠିପଡି ବିଜନେସ କ୍ଲାସରେ ବସି ଯାଇଥିଲେ । କ୍ୟାବିନ କ୍ର୍ୟୁର ଦୁଇଜଣ ସଦସ୍ୟ ତାଙ୍କୁ ଯାଇ ପ୍ରଥମେ ପଚାରିଥିଲେ । ଯଦି କିଛି ଅସୁବିଧା ନ ଥାଏ, ଆପଣ ଯାଇ ନିଜ ସିଟରେ ବସିବାକୁ ଅନୁରୋଧ କରିଥିଲେ କ୍ୟାବିନ ମେମ୍ବର ।

ଏହା ପରେ ମହିଳା ଜଣକ ସେମାନଙ୍କୁ ଗାଳି ଦେବା ଆରମ୍ଭ କରିଦେଇଥିଲେ। ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିଲେ । ମହିଳା ଜଣେ କ୍ର୍ୟୁ ମେମ୍ବରକୁ ମୁଥ ମାରିବା ସହିତ ଅନ୍ୟ ଉପରେ ଛେପ ପକାଇଥିଲେ । ଏହାପରେ ଅନ୍ୟ କ୍ର୍ୟୁ ମେମମ୍ବର ଆସିବା ପରେ ଦେହରୁ କପଡା ଖୋଲି କରିଡରରେ ଚାଲିବା ଆରମ୍ଭ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ମଝି ଆକାଶରେ ଏପରି ହଙ୍ଗାମା ଚାଲିଥିଲା। ପରେ ମହିଳାଙ୍କୁ କାବୁ କରାଯାଇଥିଲା। ବିମାନଟି ୪.୫୩ରେ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିବା ପରେ ମହିଳା ଯାତ୍ରୀଙ୍କୁ ଭିସ୍ତାରା ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୋଲିସକୁ ପଠାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.