ଭାଗ୍ୟ ହେବ ତ ଏମିତି! ଖଣି ଖୋଳିବା ବେଳେ ମିଳିଲା ଦାମୀ ହୀରା, ରାତାରାତି ବଦଳିଗଲା ମହିଳାଙ୍କ ଜୀବନ

ମଧ୍ୟ ପ୍ରଦେଶର ପନ୍ନା ଖଣିରୁ ହୀରା ବାହାରିବା କିଛି ନୂଆ କଥା ନୁହେଁ। ପ୍ରତିଦିନ ସେଠାରେ କାମ କରୁଥିବା ଲୋକଙ୍କୁ ଦାମୀ ହୀରା ମିଳେ। ଏଥରକ ଜଣେ ମହିଳାଙ୍କୁ ଖଣି ଖନନ ବେଳେ ୨.୦୮ କ୍ୟାରେଟ୍ର ହାଇ କ୍ୱାଲିଟି ହୀରା ମିଳିଛି। ଯାହା ପରେ ତାଙ୍କ ଭାଗ୍ୟ ଚମକି ଉଠିଛି। ଏହି ହୀରାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି କୁହାଯାଉଛି।
ପନ୍ନା ସ୍ଥିତ ହୀରା କାର୍ଯ୍ୟାଳୟର ଅଧିକାରୀ ଅନୁପମ ସିଂହ କହିଛନ୍ତି, ଇଣ୍ଟବାକଳା ଗାଁର ଚମେଲୀ ବାଇଙ୍କୁ ନିକଟରେ କୃଷ୍ଣା କଲ୍ୟାଣପୁର ପଟିର ଓଥଲୀ ହୀରା ଖଣିରୁ ୨.୦୮ କ୍ୟାରେଟ୍ର ହୀରା ମିଳିଛି। ଏହି ଖାଦାନକୁ ସେ ପଟ୍ଟାରେ ନେଇଥିଲେ। ସେ କହିଛନ୍ତି, ମହିଳା ଜଣକ ଏହି ହୀରାକୁ ମଙ୍ଗଳବାର ଦିନ ହୀରା କାର୍ଯ୍ୟାଳୟରେ ଜମା କରିଛନ୍ତି।
ଅନୁପମ ସିଂହଙ୍କ କହିବାନୁସାରେ, ଏହା ଏକ ହାଇ କ୍ୱାଲିଟିର ହୀରା ଓ ଏହାର ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଗାମୀ ଦିନରେ ହୀରା ନିଲାମୀ ବେଳେ ଏହାକୁ ନିଲାମ କରାଯିବ। ନିଲାମୀ ପରେ ୧୨ ପ୍ରତିଶତ ରୟାଲ୍ଟି କାଟି ବାକି ଅର୍ଥ ହୀରା ପାଇଥିବା ମହିଳାଙ୍କୁ ଦେଇ ଦିଆଯିବ।
Woman from this village finds diamond worth Rs 10 lakh in Panna mine – details!https://t.co/2XaT9JeLuG
— Behindwoods (@behindwoods) May 26, 2022
ହୀରା ପାଇଥିବା ମହିଳାଙ୍କ ସ୍ୱାମୀ ଅରବିନ୍ଦ ସିଂହ କହିଛନ୍ତି, ହୀରାର ନିଲାମୀରେ ମିଳିବା ଅର୍ଥରେ ସେ ପନ୍ନାରେ ଜମି କିଣି ଘର ତିଆରି କରିବେ। ସେ କହିଛନ୍ତି, କିଛି ଦିନ ତଳେ ସେମାନେ ଖାଦାନ ବ୍ୟବସାୟରେ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ମାର୍ଚ୍ଚରେ ଏହି ଖାଦାନର ପଟ୍ଟା କରାଇଥିଲେ। କିନ୍ତୁ ଏବେ ହୀରା ମିଳିବା ପରେ ତାଙ୍କ ପରିବାରର ଭାଗ୍ୟ ଚମକିଛି।
ବିଶ୍ୱାସ କରାଯାଏ ଯେ ପନ୍ନାରେ ପାଖାପାଖି ୧୨ ଲକ୍ଷ କ୍ୟାରେଟ୍ର ହୀରା ଭଣ୍ଡାର ରହିଛି। ତେବେ ପନ୍ନାରେ କାହାକୁ ହୀରା ମିଳିବା ଏହା ପ୍ରଥମ ନୁହେଁ। ପୂର୍ବରୁ ଫେବ୍ରୁଆରୀରେ ଏମିତି ହିଁ ଓଥଲୀ ଖଣିରୁ ରାଣା ପ୍ରତାପ ନାମକ ବ୍ୟକ୍ତିଙ୍କୁ ୪.୫୭ କ୍ୟାରେଟ୍ ହୀରା ମିଳିଥିଲା, ଯାହାର ଦାମ୍ ୧୦ ଲକ୍ଷରୁ ଅଧିକ ଥିଲା।
#MadhyaPradesh woman finds #diamond worth Rs 10 lakh in #Pannaminehttps://t.co/em1GTvSsgb
— The Tribune (@thetribunechd) May 25, 2022
Also Read: ସେନେଗଲର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ