Below header

ପୁଅକୁ କୋଳରେ ଧରି ଭାଷଣ ଦେବା କଣ ଭୁଲ ଥିଲା ? ମହିଳା ଆଇଏଏସ୍‌ଙ୍କ ଏଭଳି କାମକୁ କିଛି ପ୍ରଶଂସା କିଛି ନିନ୍ଦା

(କେନ୍ୟଜ୍‌ ବ୍ୟୁରୋ) ଏବେ ସୋସିଆଲ ମିଡିଆରେ ଏକ ସମ୍ବେଦନଶୀଳ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ନିଜ ପିଲାକୁ କୋଳରେ ଧରି ଭାଷଣ ଦେଉଛନ୍ତି । ଅବଶ୍ୟ ସେ ଜଣେ ସାଧାରଣ ମହିଳା ନୁହଁନ୍ତି, ସେ ହେଉଛନ୍ତି ଜଣେ ଆଇଏଏସ୍‌ ଅଫିସର । ଜଣେ ଆଇଏଏସ୍‌ ଅଫିସରଙ୍କ ଏମିତି ଢଙ୍ଗରେ ଭାଷଣ ଦେବା ଦେଖି ସମସ୍ତେ ସମାଲୋଚନା କରୁଛନ୍ତି ।

ଏହି ମହିଳା ଆଇଏଏସ୍‌ ଅଫିସର ଜଣକ ହେଉଛନ୍ତି କେରଳର ଦିବ୍ୟା ଶେଷ୍‌ ଆୟର । ସେ ପଥନମାଥିଟ୍ଟାରେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଅକ୍ଟୋବର ୩୦ରେ ପଥନମାଥିଟ୍ଟାର ଅଡ୍ଡୁର ଠାରେ,ଏକ ଘରୋଇ ଫିଲ୍ମ ଫେଷ୍ଟିଭାଲର ପୁରଷ୍କାର ବିତରଣ ସମାରୋହରେ ଯୋଗ ଦେଇଥିଲେ । ଯେତେବେଳେ ସେ ମଞ୍ଚ ଉପରେ ଭାଷଣ ଦେବା ପାଇଁ ଗଲେ ତାଙ୍କ ସହିତ ତାଙ୍କର ସାଢ଼େ ତିନି ବର୍ଷର ପୁଅକୁ କୋଳରେ ନେଇ ଭାଷଣ ଦେଇଥିଲେ । ସେହି ସମୟର ଭିଡ଼ିଓଟି ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି । କେହି କେହି ତାଙ୍କୁ ସମର୍ଥନ କରିଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ଅନେକ ଲୋକ କହିଛନ୍ତି, ଜଣେ ଆଇଏଏସ୍‌ ଅଫିସରଙ୍କୁ ଏମିତି ପିଲାକୁ କୋଳରେ ନେଇ ଭାଷଣ ଦେବା ଉଚିତ ନୁହେଁ ।

photo source aajtak

ଏହି ଘଟଣାରେ ମହିଳା ଆଇଏଏସ୍‌ଙ୍କ ସ୍ୱାମୀ କେ.ଏସ୍‌. ସବରିନାଧନ କିନ୍ତୁ ନିଜ ପତ୍ନୀଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ସମାଲୋଚନା କରୁଥିବା ଲୋକମାନଙ୍କୁ ଜବାବ ଦେଇ କହିଛନ୍ତି, ସେ ଦିନ ରବିବାର ଥିଲା, ଛୁଟି ଦିନ ହୋଇଥିବାରୁ ସେ ପିଲାକୁ ସାଙ୍ଗରେ ନେଇ ଯାଇଥିଲେ । କିଛି ୟୁଜରସ ସବରିନାଧନଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ଏନେଇ ଆଇଏଏସ୍‌ ଦିବ୍ୟା ମଧ୍ୟ କହିଛନ୍ତି, ଗୋଟିଏ ନାରୀକୁ ଚବିଶ ଘଣ୍ଟା କାମ କରିବାକୁ ପଡ଼ିଥାଏ । ତାଙ୍କୁ ଘରେ ଓ ବାହାରେ ବିଭିନ୍ନ ଭୂମିକାରେ ଦାୟିତ୍ୱ ତୁଲାଇବାକୁ ହୋଇଥାଏ । ପୁଣି ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ଘରେ ସମୟ କାଟିବାର ସୁଯୋଗ ଖୁବ୍‌ କମ୍‌ ମିଳେ । ତେଣୁ ଯେଉଁ ସମୟ ଟିକେ ମିଳିଲା ସେଥିରେ ସେ ନିଜ ପିଲାକୁ ସାଙ୍ଗରେ ନେଇ ଯାଇଥିଲେ । ଅବଶ୍ୟ ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟି ସଂପୂର୍ଣ୍ଣ ବେସରକାରୀ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.