ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖି ଲୋକଙ୍କ ଆଗରେ ଚାବୁକ ମାଡ଼ ଖାଇଲେ ପ୍ରେମୀ ଯୁଗଳ, ସେଇଠି ମରିଗଲା ପ୍ରେମିକା

ଯାକର୍ତ୍ତା : କେତେକ ମୁସ୍‌ଲିମ୍‌ ଦେଶରେ ବିବାହ ପୂର୍ବରୁ ପ୍ରେମ କରିବା କିମ୍ବା ଶାରୀରିକ ସମ୍ପର୍କ ରଖିବା ଅପରାଧ ଭାବେ ବିଚାର କରାଯାଇଥାଏ । ଯାହା ପାଇଁ କଠୋରରୁ କଠୋରତମ ଦଣ୍ଡ ମିଳିଥାଏ । ନିକଟରେ ଏମିତି ଏକ ଘଟଣା ଘଟିଛି ଇଣ୍ଡୋନେସିଆରେ । ଏଠାକାର ଏକ ଅଞ୍ଚଳରେ ଗଣତାନ୍ତ୍ରିକ ଆଇନ ବଦଳରେ ଇସଲାମ ନିୟମ ପ୍ରଚଳିତ ହୋଇଥାଏ । ଏଠାରେ ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିଥିବା ଜଣେ ପ୍ରେମୀ ଯୁଗଳଙ୍କୁ ସର୍ବସମ୍ମୁଖରେ ନିଷ୍ଠୁର ଭାବେ ୧୦୦-୧୦୦ ଚାବୁକ ମାଡ ଦିଆଯାଇଛି ।

indinesia girl
photo credit: punjabkesari.in

ଫଳରେ ପ୍ରେମିକା ଜଣକ କଷ୍ଟ ସହି ନପାରି ଘଟଣାସ୍ଥଳରେ ମୃତ୍ୟୁ ମୁଖରେ ପଡ଼ିଥିଲେ । ପ୍ରେମିକଙ୍କର ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଥିଲା । ଇଣ୍ଡୋନେସିଆର ଏହି ସହର ସବୁଠୁ ଋଢ଼ିବାଦୀ ସହର । ଏଠାରେ ସ୍ଥାନୀୟ ଲୋକଙ୍କ ଶରିୟା କାନୁନ ଯୋଗୁ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ଲୋକେ ଡରନ୍ତି କାଳେ ଯଦି କେଉଁଠି ଭୁଲ ହୋଇଯିବ ଜୀବନ ଯାଇପାରେ ।

ଇଣ୍ଡୋନେସିଆର ଏହି ଇଲାକାରେ ଇସଲାମ ଆଇନ ଚାଲିଛି । ଏଠାରେ ମଦ ପିଇବା, ବ୍ୟଭିଚାର ଓ ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଚାବୁକ ମାଡ଼ ଦିଆଯାଇଥାଏ । ଏହି ଆଇନକୁ ଶେଷ କରିବା ପାଇଁ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଚେଷ୍ଟା କରିଥିଲେ ମଧ୍ୟ ତାହା ସମାପ୍ତ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.