ୱେଡିଂ ଗାଉନ ପିନ୍ଧି ମଣ୍ଡପକୁ ଯିବା ପରିବର୍ତ୍ତେ ହସପିଟାଲରେ ଟିକା ନେବାକୁ ପହଞ୍ଚିଲେ ଯୁବତୀ, ଫଟୋ ଭାଇରଲ

କରୋନା ଭାଇରସ ଏବେ ସାରା ବିଶ୍ୱକୁ ଡରାଉଛି । ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ଭ୍ଯାକସିନ ନେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଭାଇରସ ଭୟରେ ଲୋକଙ୍କ ବଞ୍ଚିବା ମୁସକିଲ ହୋଇପଡିଛି । ଏମିତି ସ୍ଥଳେ ଆମେରିକାର ଭୋଲ୍ଟିମୋରର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କର ଆଶ୍ଚର୍ଯ୍ୟକର ଫଟୋ ଭାଇରଲ ହେଉଛି। ମହିଳାଙ୍କ ନାମ ସାରା। ଏହି ଫଟୋରେ ସାରା ଓ୍ୱେଡିଂ ଗାଉନ ପିନ୍ଧି ଭ୍ୟାକସିନ୍ ନେଉଛନ୍ତି । ସେ ମଣ୍ଡପ ଯିବା ବଦଳରେ ହସ୍ପିଟାଲ ଆସି ଟିକା ନେଉଛନ୍ତି ।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଲୋକେ ପ୍ରଶଂସା କରୁଛନ୍ତି । ବିବାହ ପାଇଁ କେବଳ କନ୍ୟାକୁ ଛାଡିଦେଲେ ପୂରା ପରିବାର ଥିଲେ । ପୂର୍ବରୁ ଟିକାକରଣ ପାଇଁ ସାରା ନିଜର ରେଜିଷ୍ଟ୍ରେସନ କରିଥିଲେ । ତାଙ୍କର ପାଳି ପଡିଥିବାରୁ ସେ ଆଗ ପଛ ବିଚାର ନକରି ସିଧା ସଳଖ ହସ୍ପିଟାଲ ଧାଇଁଥିଲେ । ମେରିଲ୍ୟାଣ୍ଡ କଲେଜ ହସ୍ପିଟାଲ ତରଫରୁ ଏହି ଫଟୋ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନ ରହିଛି ‘ୟହାଁ ଦୁଲହନ ଆତି ହେ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.