ରାହୁଲ ଗାନ୍ଧୀଙ୍କ ପରେ ନିର୍ବାଚନ ପ୍ରଚାରକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା, ଏବେ ୩୦ ମିନିଟ୍‌ରୁ ଅଧିକ ସମୟ କରିବେ ନାହିଁ ର‍୍ୟାଲି

ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା କରୋନା ସଂକ୍ରମଣ ମାମଲା ଭିତରେ ଜାରି ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି। ଏବେ ରାହୁଲ ଗାନ୍ଧୀଙ୍କ ପରେ ଟିଏମ୍‌ସି ପ୍ରମୁଖ ତଥା ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘୋଷଣା କରିଛନ୍ତି କି, ସେ ବାକି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର କରିବେ ନାହିଁ। ଟିଏମ୍‌ସି ସାଂସଦ ଡେରେକ ଓ ବ୍ରାୟନ ଟ୍ଵିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି।

ଟ୍ଵିଟ୍‌ରେ ବ୍ରାୟନ ଉଲ୍ଲେଖ କରିଛନ୍ତି, ‘ବଙ୍ଗ ନିର୍ବାଚନକୁ ନେଇ ସିଏମ୍‌ ମମତା ବାନାର୍ଜୀ ଏବେ କୋଲକାତାରେ ପ୍ରଚାର କରିବେ ନାହିଁ। ସେ ପ୍ରତୀକାତ୍ମକ ରୂପେ ସହରରେ ନିର୍ବାଚନ ପ୍ରଚାରର ଶେଷ ଦିନ କେବଳ ଏକ ବୈଠକ କରିବେ। ବାକି ସମସ୍ତ ଜିଲାରେ ମଧ୍ୟ ନିର୍ବାଚନ ର‍୍ୟାଲିଗୁଡ଼ିକର ସମୟ ସୀମାକୁ କମାଇ ଦେଇଛନ୍ତି। ଏବେ ସେ କେବଳ ୩୦ ମିନିଟ୍‌ର ର‍୍ୟାଲି କରିବେ’।

କହି ରଖୁଛୁ, ମମତା ବାନାର୍ଜୀ ଏଥି ପୂର୍ବରୁ ଦାବି କରିଥିଲେ କି, ବଙ୍ଗର ବାକି ପର୍ଯ୍ୟାୟ ନିର୍ବାଚନ ଏକାବେଳେ କରାଯାଉ। ତେବେ ମମତାଙ୍କ ପୂର୍ବରୁ କଂଗ୍ରେସ ନେତା ତଥା ଓ୍ଵାୟନାଡ ସାଂସଦ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ ସେ କରୋନା ସଂକ୍ରମଣ କାରଣରୁ ବଙ୍ଗରେ ନିଜର ସମସ୍ତ ଆଗାମୀ ନିର୍ବାଚନ ର‍୍ୟାଲିକୁ ରଦ୍ଦ କରୁଛନ୍ତି। ରାହୁଲ ବଙ୍ଗରେ କେବଳ ଦୁଇଟି ହିଁ ର‍୍ୟାଲି କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ଵିଟ୍‌ କରି କହିଥିଲେ, ‘କୋଭିଡ୍‌ ସଙ୍କଟକୁ ନଜରରେ ମୁଁ ପଶ୍ଚିମବଙ୍ଗରେ ନିଜର ସମସ୍ତ ର‍୍ୟାଲି ରଦ୍ଦ କରିବାକୁ ନିର୍ଣ୍ଣୟ ନେଇଛି। ରାଜନୈତିକ ଦଳଗୁଡ଼ିକ ଭାବିବା ଉଚିତ ଯେ ଏମିତି ସମୟରେ ଏହି ର‍୍ୟାଲିଗୁଡ଼ିକରୁ ଜନତା ଏବଂ ଦେଶକୁ କେତେ ବିପଦ ରହିଛି’।

You might also like