କୁକୁର ଆକ୍ରମଣର ଶିକାର ହେଲେ ଯୁବତୀ, ସର୍ଜରୀ ପରେ ନାକର ଅବସ୍ଥା ହେଲା ଏପରି

ଅନେକ ସମୟରେ ସର୍ଜରୀ ଦ୍ୱାରା ମଧ୍ୟ ଅନେକ ସମସ୍ୟା ହୋଇଥାଏ । ଜଣେ ଯୁବତୀଙ୍କର ନାକ ସର୍ଜରୀ ପରେ ମଧ୍ୟ ନାକରେ ଚୁଟି ଉଠିବା ଆରମ୍ଭ କରିଥିଲା । କୁକୁର ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ସେ ଆମେରିକାର ପେନ୍ସିଲଭାନିଆରେ ରହୁଛନ୍ତି ।

ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସରେ ଅନେକ ଉନ୍ନତି ହୋଇଛି ।  ଯାହା ପୂର୍ବରୁ ଅସମ୍ଭବ ଥିଲା ତାହା ବର୍ତ୍ତମାନ ସମ୍ଭବ ହୋଇପାରୁଛି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚେହେରାର ରୂପ ରଙ୍ଗ ବଦଳାଇ ପାରୁଛନ୍ତି । କିନ୍ତୁ ଅନେକ ସମୟରେ ସର୍ଜରୀ ଦ୍ୱାରା ମଧ୍ୟ ଅନେକ ସମସ୍ୟା ହୋଇଥାଏ । ନିକଟରେ ଜଣେ ଯୁବତୀଙ୍କ ସହ କିଛି ଏପରି ହୋଇଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ଯୁବତୀଙ୍କର ନାକ ସର୍ଜରୀ ପରେ ମଧ୍ୟ ନାକରେ ଚୁଟି ଉଠିବା ଆରମ୍ଭ କରିଥିଲା ।

ମିଳିଥିବା ରିପୋର୍ଟ ଅନୁସାରେ ୨୦ ବର୍ଷିୟ ଟ୍ରିନିଟି ରାେଓ୍ଵଲ୍ସ ଆମେରିକାର ପେନ୍ସିଲଭାନିଆରେ ରହୁଛନ୍ତି । ଗତ କିଛି ଦିନ ତଳେ ସେ ନିଜ ବାପାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଏବଂ ଉକ୍ତ ଯୁବତୀ ସେଠାରୁ ପଳାଇ ଆସିଥିଲେ । ଠିକ ଏହି ସମୟରେ ଏକ ପିଟ୍‌ବୁଲ କୁକୁର ତାଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । କାନ ନାକ ଏବଂ ଚେହେରା ଖଣ୍ଡିଆ ହୋଇଥିଲା ।

ଟ୍ରିିନିଟିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିଲା, ଏପରିକି ସେ ମୃତ୍ୟୁମୁଖରେ ପଡ଼ିଥିଲେ । ଡାକ୍ତରମାନେ ତୁରନ୍ତ ଅନେକ ସର୍ଜରୀ କରିଥିଲେ, ଯାହା ଦ୍ୱାରା ଚେହେରା ପୂର୍ବାବସ୍ଥାକୁ ଅଣା ଯାଇଥିଲା । ତ୍ୱଚାକୁ ଭରିବା ପାଇଁ ଏହି ସର୍ଜରୀରେ ଏକ ପ୍ରୋସିଜର ଥିଲା । ଡାକ୍ତରମାନେ ତାଙ୍କ ମୁଣ୍ଡର ଠିକ ଉପର ସ୍ତରରୁ ସ୍କିନ୍‌ ଆଣି ନାକରେ ଲଗାଇଥିଲେ । ଏହା ଦ୍ୱାରା ଯୁବତୀଙ୍କ ଚେହେରା ନର୍ମାଲ ହୋଇଥିଲା ସତ, କିନ୍ତୁ କିଛି ଦିନ ପରେ ତାଙ୍କ ନାକରେ ଏକ ସମସ୍ୟା ଦେଖାଯିବା ଆରମ୍ଭ କରିିଥିଲା ।

ତେବେ ଡାକ୍ତରମାନେ ମୁଣ୍ଡର ସ୍କିନ୍‌ ବାହାର କରିଥିଲେ, ଯେଉଁଥିରେ ସବୁବେଳେ ଚୁଟି ଉଠିଥାଏ । ଏହି ସ୍କିନ୍‌ ନାକରେ ଲଗାଇବା ପରେ ମଧ୍ୟ ଏଥିରେ ଚୁଟି ଉଠିବା ବନ୍ଦ ହୋଇନଥିଲା । ଏହା ପ୍ରୋସିଜର ଏକ ସାଇଡ ଇଫେକ୍ଟ ବୋଲି କୁହାଯାଇଛି ।  ଟ୍ରିନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ଚେହେରା ଲୋକମାନଙ୍କୁ ଦେଖାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଭିଡିଓରେ ସେ ତାଙ୍କ ନାକରେ ଚୁଟି ଉଠିବା ସମସ୍ୟା ବିଷୟରେ କହିଥିଲେ । ୟୁଜର୍ସମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଲେଜର ଦ୍ୱାରା ନାକରୁ ଚୁଟି ଉଠାଇବା ପାଇଁ ପରାମର୍ଶ ଦେଇଥିଲେ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.