ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ମହିଳା ପୋଲିଂ ଅଫିସର, କାହିଁକି ଜାଣନ୍ତୁ

ଲୋକସଭା ନିର୍ବାଚନ ଏବେ ତାହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଏନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଚାରର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । କିନ୍ତୁ ନିକଟରେ ପ୍ରାର୍ଥୀ ଏବଂ ଷ୍ଟାର ପ୍ରଚାରକଙ୍କ ବ୍ୟତୀତ ସୋସିଆଲ ମିିଡିଆରେ ଭାଇରାଲ ହୋଇଥିଲେ ଜଣେ ମହିଳା ପୋଲିଂ ଅଫିସର। ଏପରି ଖବର ମଧ୍ୟ ଭାଇରାଲ ହେଉଥିଲା କି ଏହି ମହିଳା ପୋଲିଂ ଅଫିସରଙ୍କ ବୁଥରେ ଶତ ପ୍ରତିଶତ ଭୋଟିଂ ହୋଇଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭାଇରାଲ ମହିଳାଙ୍କ ସତ୍ୟତା କହିବାକୁ ଯାଉଛୁ ।

poling officer

ଫଟୋରେ ନଜର ଆସୁଥିବା ହଳଦିଆ ଶାଢ଼ୀ ପିନ୍ଧି ମହିଳା ପୋଲିଂ ଅଫିସର ଜଣଙ୍କ ହେଉଛନ୍ତି ଜଣେ ସରକାରି କର୍ମଚାରୀ । ତାଙ୍କ ନାମ ହେଉଛି ରୀନା ଦୁବେ । ପୋଲିଂ ସମୟରେ ତାଙ୍କ ଲୁକକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ସେ ମୋହନଲାଲ ଗଞ୍ଜର ନଗରାମରେ ମତଦାନ କରାଇବା ପାଇଁ ପହଞ୍ଚିଥିଲେ । ସେ ପୋଲିଂ ଅଫିସର ଭାବେ ନିୟୋଜିତ ଥିବା ବୁଥରେ ୭୦ ପ୍ରତିଶତ ମତଦାନ ହୋଇଥିଲା । କିନ୍ତୁ ତାହାକୁ ଶତ ପ୍ରତିଶତ କହି ଭାଇରାଲ କରାଯାଉଥିଲା ।

poling offcr

ଭାଇରାଲ ଫଟୋରେ ରୀନା ହଳଦିଆ ସିଫନ ଶାଢ଼ୀ ପିନ୍ଧିଥିବା ନଜର ଆସିଥିବା ବେଳେ ଏକ କଳା ରଙ୍ଗର ସନଗ୍ଲାସ ଏବଂ ହାତରେ ଏଭିଏମ୍‌ ମେସିନ ଧରିଥିବା ନଜର ଆସିଥିଲେ । ତାଙ୍କ ଏପରି ଭାଇରାଲ ହେବା ପରେ କିପରି ଅନୁଭୂତ ହେଉଛି ପଚରାଯିବାରୁ ସେ କହିଥିଲେ ସେ ଫଟୋ ଭାଇରାଲ ପରେ ଖୁବ ଲୋକପ୍ରିୟତା ପାଇଛନ୍ତି । ଏପରିକି ତାଙ୍କ ପାଖକୁ ଆସି ଲୋକମାନେ ସେଲଫି ମଧ୍ୟ ନେଉଛନ୍ତି । ସେ ପୋଲିଂ ଅଫିସର ଭାବେ ପଞ୍ଚମ ପର୍ଯ୍ୟୟର ଭୋଟିଂ କରାଇବା ପାଇଁ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.