ଅସହ୍ୟ ହେଲା ଲିଭ୍‌ ଇନ ପାର୍ଟନରଙ୍କ ପ୍ରତାରଣା: ଗର୍ଭପାତ ପାଇଁ ଚାପ ପକାଇବାରୁ ଜୀବନ ହାରିଲେ ୩୩ ବର୍ଷିୟା ମହିଳା

କେନ୍ୟୁଜ୍(ବ୍ୟୁରୋ): ଅସହ୍ୟ ହେଲା ଲିଭ୍‌ ଇନ ପାର୍ଟନରଙ୍କ ପ୍ରତାରଣା। ଗର୍ଭପାତ ପାଇଁ ଚାପ ପକାଇବାରୁ ଜୀବନ ହାରିଲେ ୩୩ ବର୍ଷିୟା ମହିଳା। ଲିିଭ୍‌ ଇନ୍‌ରେ ଥିବା ଦିଲ୍ଲୀର ଜଣେ ମହିଳାଙ୍କୁ ତାଙ୍କ ପାର୍ଟନର ବାରମ୍ବାର ଗର୍ଭପାତ କରିବାକୁ କହିବାରୁ ସେ ଶେଷରେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳା ଜଣଙ୍କ ପୂର୍ବରୁ ୧୪ଥର ଗର୍ଭବତୀ ହୋଇ ସାରିଥିବା ଜଣାପଡ଼ିଛି।

ପୂର୍ବ ଥର ଭଳି ଏଥର ବି ତାଙ୍କ ପାର୍ଟନର ଗର୍ଭପାତ କରିବାକୁ କହିଥିଲେ। ମହିଳା ଜଣଙ୍କ ଗର୍ଭପାତ ବି କରାଇଥିଲେ । କିନ୍ତୁ ଏଥିରେ ସେ ଦୁଃଖରେ ଭାଙ୍ଗିପଡ଼ି ଶେଷରେ ଜୀବନ ହାରିଛନ୍ତି। ଜୁଲାଇ ୫ ତାରିଖରେ ଦକ୍ଷିଣ ଦିଲ୍ଲୀର ଜୈତ୍‌ପୁର ଅଞ୍ଚଳରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରୁ ପୋଲିସ ସୁଇସାଇଡ ନୋଟ ଜବତ କରିଛି। ବାରମ୍ବାର ଗର୍ଭପାତ କରିବାକୁ କହିବାରୁ ପୁରୁଷ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରୁ ଜଣାପଡିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.