ଲକଡାଉନରେ ବଢ଼ୁଥିବା ଘରୋଇ ହିଂସା ନେଇ ଅଭିଯୋଗ କରିବାକୁ ହ୍ଵାଟ୍ସଆପ ନମ୍ବର ଜାରି କଲା ଜାତୀୟ ମହିଳା ଆୟୋଗ

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି। ଏହି ଲକଡାଉନ ଯୋଗୁ ଲୋକମାନେ ବାହାରକୁ ନ ଯାଇ ଘରେ ରହି ହିଁ ସବୁ କାମ କରୁଛନ୍ତି। ଦିନସାରା ଘରେ ରହିବା ଫଳରେ ପ୍ରତିଦିନ ଝଗଡ଼ା ପାଟିତୁଣ୍ଡ ଆଦି ହେଉଛି। ଯାହା କ୍ରମଶଃ ଉଗ୍ରରୂପ ଧାରଣ କରି କଥା ଥାନା କଚେରୀ ଯାଏଁ ଯାଉଛି।

India Lockdown: Women bear the brunt as 'domestic violence' cases ...

ତେବେ ବର୍ତ୍ତମାନ ଲକଡାଉନ ସ୍ଥିତିରେ ବଢ଼ୁଥିବା ନାରୀ ନିର୍ଯାତନା ତଥା ଘରୋଇ ହିଂସାକୁ ଦୃଷ୍ଟିରେ ରଖି ଜାତୀୟ ମହିଳା ଆୟୋଗ(NCW) ଏକ ହ୍ଵାଟ୍ସଆପ ନମ୍ବର ଜାରି କରିଛି। ଏହି ନମ୍ବରଟି ହେଉଛି “୭୨୧୭୭୩୫୩୭୨”। ଏନସିଡବ୍ଲ୍ୟୁ ତରଫରୁ ଟ୍ୱିଟ କରାଯାଇ ଏହି ସୂଚନା ଦିଆଯାଇଛି। ଏନସିଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ଯେ ଘରୋଇ ହିଂସାର ଶିକାର ହେଉଥିବା ମହିଳା ଏହି ନମ୍ବରରେ ମେସେଜ କରି ରିପୋର୍ଟ କରନ୍ତୁ, ଫଳରେ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ।

ଲକଡାଉନ ଉଠିବା ପରେ ତଥା ସାଧାରଣ କାର୍ଯ୍ୟାଳୟ ପୁନର୍ବାର ଆରମ୍ଭ ନ ହେବା ପର୍ଯ୍ୟନ୍ତ ଘରୋଇ ହିଂସାର ଶିକାର ହେଉଥିବା ମହିଳା ଏହି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। କରୋନା ଯୋଗୁ ଚାଲୁରହିଥିବା ଲକଡାଉନରେ ମହିଳାମାନେ ଅଧିକ ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଜାତୀୟ ମହିଳା ଆୟୋଗ ଏଭଳି ପଦକ୍ଷେପ ନେଇଥିବା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.