ସେନାକୁ ଆଦେଶ ଦେଲେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ : ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ବେଜିଂ :  କୌଣସି ବି ସମୟରେ ଯୁଦ୍ଧ ପାଇଁ ସଜାଗ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ । ଚୀନ୍‌ର ସଶସ୍ତ୍ର ବାହିନୀକୁ ବୃଦ୍ଧି କରିବା ଅବସରରେ ଜିନପିଙ୍ଗ ସେନାକୁ ଏଭଳି ଆଦେଶ ଦେଇଛନ୍ତି । ସିହ୍ନାହୁର ଏକ ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗ କହିଛନ୍ତି ଯେ ପିପୁଲ୍ସ ଲିବରେସନ୍‌ ଆର୍ମିକୁ ସବୁ ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଆଗାମୀରେ ହେବାକୁ ଥିବା ଯୁଦ୍ଧ ପାଇଁ ସେନା ସେମାନଙ୍କର ପ୍ରଶିକ୍ଷଣ ବୃଦ୍ଧି କରିବା ସହ ଯୁଦ୍ଧ କୈାଶଳକୁ ବଢ଼ାଇବା ଜରୁରୀ ବୋଲି ଜିନ୍‌ପିଙ୍ଗ୍‌ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଚୀନ୍‌ର କେନ୍ଦ୍ରୀୟ ସେନା ଆୟୋଗରେ ଏବେ ୨୫ ଲକ୍ଷ ସେନା ରହିଛନ୍ତି । ଚୀନ୍‌ ଏବେ ସେନାଙ୍କ ଯୁଦ୍ଧ କୈାଶଳ ବଢ଼ାଇବା ଉପରେ ଧ୍ୟାନ ଦେବା ସହ ପ୍ରଶିକ୍ଷଣ କୈାଶଳରେ କେତେକ ପରିବର୍ତ୍ତନ ଆଣିଥିବା ଜଣାଯାଇଛି ।

Army china

ଏଭଳି ଆଦେଶ ୨୦୧୮ ମସିହାରେ ଜାରି କରାଯାଇଥିଲା, ଯେତେବେଳେ ଉତ୍ତର ଚୀନ୍‌ ସୁଟିଂ ରେଞ୍ଜ୍‌ରେ ଏକ ବିଶାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ ଚୀନ୍‌ ସେନା କୈାଣସି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଜିନ୍‌ପିଙ୍ଗ୍‌ ୨୦୧୨ ରେ ସେନାର କମାଣ୍ଡର ଇନ୍‌ ଚିଫ୍‌ ହେବା ପରଠାରୁ ସେନାଙ୍କ ପ୍ରଶିକ୍ଷଣ ଅଭିଯାନ ଉପରେ ଜୋର ଦେଇ ଆସୁଛନ୍ତି ।

ଚଳିତ ବର୍ଷ ମଧ୍ୟ ବର୍ଷ ପ୍ରାରମ୍ଭରୁ ଜିନପିଙ୍ଗ୍‌ ରାଷ୍ଟ୍ରିୟ ରକ୍ଷା ଆଇନରେ ସେନା ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦେଇଥିବା ଜଣାଯାଇଛି । ଜିଙ୍ଗପିଙ୍ଗଙ୍କ ଏହି ନୀତିରୁ ଆଗାମୀରେ ଚୀନ୍‌ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.