ସି ଜିନପିଙ୍ଗଙ୍କ ଜିରୋ କୋଭିଡ ପଲିସିର ଖୋଲିଲା ରହସ୍ୟ: ଓମିକ୍ରନ୍ ବିଗାଡିଲା ସ୍ଥିତି

ଚୀନ୍ ସବୁବେଳେ ନିଜ ବୁଦ୍ଧି ଖଟାଇ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବା ପାଇଁ ସବୁ ବେଳେ ଚେଷ୍ଟା କରି ଆସିଛି। ଅନେକ ପରିସ୍ଥିତିରେ ଚୀନ୍ ନିଜକୁ ଓ ଅନ୍ୟ ରାଷ୍ଟ୍ରକୁ ପକାଇବା ପରେ ମଧ୍ୟ ସେ ସଡଯନ୍ତ୍ର କରି ଅନ୍ୟ ଦେଶ ଗୁଡ଼ିକୁ ହାରାସ କରିଛି। ଏମିତିକି କୋଭିଡ ଭଳି ମହାମାରୀ ପାଇଁ ସବୁ ଦେଶ ଚୀନକୁ ଦୋଷୀ ସାବ୍ୟସ୍ତ କରୁଥିବା ବେଳେ ଚୀନ୍ ମତ ଦେଇଥିଲା ଯେ ଏହି ମହାମାରୀ ପାଇଁ ସେ ଦୋଷୀ ନୁହଁ। ପୁଣି ଚୀନରେ କୌଣସି କୋଭିଡ କେସ୍ ମଧ୍ୟ ନାହିଁ। କିନ୍ତୁ ବର୍ତ୍ତମାନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜେ ଘୋଷଣା କରିଥିବା ଜିରୋ କୋଭିଡ ନୀତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚୀନ୍‌ର ପ୍ରମୁଖ ସହରରେ କୋଭିଡ କେସ ନାହିଁ ବୋଲି କୁହାଯାଉଥିବାରୁ କେତେକ ଜନସାଧାରଣ ଏହାକୁ ବିରୋଧ କରି ଅନଲାଇନ୍ ଅଭିଯାନ କରୁଛନ୍ତି। ଜିନପିଙ୍ଗଙ୍କ ଜିରୋ କୋଭିଡ ନୀତି ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏହି ନୀତି ପାଇଁ ରାଜନୈତିକ ଦାୟିତ୍ୱ ସ୍ଥିର କରିବାକୁ ଦାବି ରହିଛି। ତେବେ ଅଧିକ ମାତ୍ରାରେ ପରୀକ୍ଷା କରାଯିବା ପରେ ଚାଇନାରେ ଏକ କଡ଼ା ଲକଡାଉନ୍ ଲାଗୁ କରାଯାଇଛି। ଏମିତିକି ସୀମା ସିଲ୍ ହୋଇଛି। ଦୁଇ ବର୍ଷ ଧରି କୋଭିଡ ମହାମାରୀ ସହ ମୁକାବିଲା କଳା ଚୀନ୍। ଏମିତିରେ ଦୁନିଆର ବହୁ ଜନବହୁଳ ଦେଶ ଚୀନରେ ଅପେକ୍ଷକୃତ ମୃତ୍ୟୁ ମଧ୍ୟ କମ୍ ଥିଲା। ଏହା ସହିତ ଅଧିକାଂଶ ପାଶ୍ଚାତ୍ୟ ଦେଶ ଏହି ମହାମାରୀର ସମ୍ମୁଖୀନ ହୋଇଥିଲା। ଚାଇନାର ଜିରୋ-କୋଭିଡ ନୀତି ଉପରେ ଗତ ବର୍ଷ ଶାସକ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ଅବସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

କିନ୍ତୁ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ପାଇଁ ଚୀନ୍‌ର କୋଭିଡ ମାମଲା ବଢ଼ିବାକୁ ଲାଗିଛି, ଯାହାକି ଏବେ ଜଣା ପଡୁଛି। ସେଥିପାଇଁ ଚାଇନା ରାଷ୍ଟ୍ରପତିଙ୍କ ଜିରୋ କୋଭିଡ ନୀତି ଉପରେ ପ୍ରଶ୍ନ ଉଠିଛି। ସରକାରୀ ଆକଳନ ଅନୁଯାୟୀ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି ଚୀନରେ। ଅଧିକ ଏହା ସାଂଘାଇରେ ଦେଖିବାକୁ ମିଳିଛି। ପୁଣି ବେଜିଂର ଲୋକମାନେ ମଧ୍ୟ ଭୟଭୀତ ଏହି ମହାମାରୀ ପାଇଁ ହେଉଛନ୍ତି।

ଅକ୍ସଫୋର୍ଡ ୟୁନିଭରସିଟି ଚୀନ୍‌ର ପ୍ରଫେସର ଭିଭିଏନ୍‌ ସିଏଫ୍‌ପି, ନ୍ୟୁଜ୍‌ ଏଜେନ୍ସିକୁ କହିଛନ୍ତି ଯେ ନେତୃତ୍ୱକୁ ଠିକ୍ ଭବେ ପରିଚାଳନା ନ କରିବା, ଜିଦି ଭାବ ଏବଂ ଅବହେଳା ହିଁ ବିପଦ ସୃଷ୍ଟି କରୁଛି। ତେଣୁ ଚାଇନାବାସୀ କୋଭିଡ ନୀତି ଠିକ୍ ଭାବେ ପାଳନ କରିବା ଦରକାର। କାରଣ ଆର୍ଥିକ ଯନ୍ତ୍ରଣା ଅପେକ୍ଷା ଚାଇନାର ଲୋକଙ୍କ ଜୀବନ ସବୁଠାରୁ ମୂଲ୍ୟବାନ। ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ଲି କୁଆନ୍ ୟେ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସିର ଆସୋସିଏଟ୍ ପ୍ରଫେସର ଆଲଫ୍ରେଡ୍ ୱୁ କହିଛନ୍ତି ଯେ ଏହି ଜିରୋ କୋଭିଡ ନୀତି ଜିନପିଙ୍ଗଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କାରଣ ସେ ନିଜ ଦେଶବାସୀଙ୍କୁ ମିଛ କହିଥିଲେ। ଏବେ ଓମିକ୍ରନ ମାମଲା ଚୀନର ରହସ୍ୟ ଖୋଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.