ଚୀନ୍‌କୁ ବିରୋଧ କରି ଜୋମାଟୋରୁ ଇସ୍ତଫା ଦେଲେ ଡଜନେରୁ ଊର୍ଦ୍ଧ୍ୱ ଡେଲିଭରି ବୟ, ଜାଳିଦେଲେ କମ୍ପାନୀର ଟି-ସାର୍ଟ

ଲଦାଖରେ ଚୀନ୍‌ର ବିଶ୍ୱାସଘାତକତା ପରେ ଭାରତରେ ଚୀନ୍‌ର ଦ୍ରବ୍ୟ ଓ ଚୀନୀ ନିବେଶକୁ ବିରୋଧ ବଢ଼ିଚାଲିଛି। ଇତି ମଧ୍ୟରେ କଲିକତାରେ ଆପ୍‌ ଆଧାରିତ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋରେ କାମ କରୁଥିବା ଡେଲିଭରି ବୟଙ୍କ ଏକ ଗ୍ରୁପ୍‌ ଏହି କମ୍ପାନୀରୁ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜୋମାଟୋରେ ଚୀନ୍‌ର ଏକ କମ୍ପାନୀ ପ୍ରଚୁର ମାତ୍ରାରେ ପୁଞ୍ଜିନିବେଶ କରିଛି। ଏହି ଡେଲିଭରି ବୟମାନେ ଜୋମାଟୋରେ ଚୀନ୍‌ର ନିବେଶକୁ ବିରୋଧ କରିଛନ୍ତି।

ଜୋମାଟୋକୁ ବହିଷ୍କାର କରିବାକୁ ଅପିଲ କରିବା ଅବସରରେ ପ୍ରାୟ ଡଜନେରୁ ଊର୍ଦ୍ଧ୍ୱ ଷ୍ଟାଫ୍‌ ଇସ୍ତଫା ଦେଇଛନ୍ତି। ଏଥିସହ କମ୍ପାନୀର ଟି-ସାର୍ଟକୁ ମଧ୍ୟ ଜଳାଇ ଦେଇଛନ୍ତି। ଜୋମାଟୋରେ କାମ କରୁଥିବା ଲୋକମାନେ ଦକ୍ଷିଣ କଲିକତାର ବେହଲା ପୋଲିସ ଷ୍ଟେସନ୍‌ ସାମ୍ନାରେ ଏକାଠି ହୋଇ ଟି-ସାର୍ଟ ଜଳାଇଥିଲେ। ହାତରେ ତ୍ରିରଙ୍ଗା ଧରି ଜୋମାଟୋର ଷ୍ଟାଫ୍‌ ‘ଚାଇନିଜ୍‌ ଏଜେଣ୍ଟ ଜୋମେଟା ଭାରତ ଛୋଡୋ’ ନାରା ଦେଇଥିଲେ।

Zomato Employees burn uniforms protesting against Chinese investment

ପ୍ରଦର୍ଶନକାରୀଙ୍କ ମଧ୍ୟରେ ସାମିଲ ଥିବା ଦୀପାଙ୍କର କାଞ୍ଜିଲାଲ ନାମକ ଜଣେ ଡେଲିଭରି ବୟ କହିଛନ୍ତି ଜୋମାଟୋ ଓ ଚୀନ୍‌ କମ୍ପାନୀ ଅଲିବାବାଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି କାରଣରୁ ଆଜି ଆମେ ଜୋମାଟୋରୁ ଚାକିରି ଛାଡ଼ିଛୁ। ଆଶା କରୁଛୁ ଯେ ଅନ୍ୟମାନେ ମଧ୍ୟ ଏହି କମ୍ପାନୀକୁ ବହିଷ୍କାର କରିବେ। ସୂଚନାଯୋଗ୍ୟ ଯେ ଜୋମାଟୋ ଏକ ଫୁଡ୍‌ ଡେଲିଭରି ଷ୍ଟାର୍ଟଅପ୍‌ କମ୍ପାନୀ। ଏହାର ମୁଖ୍ୟାଳୟ ହରିୟାଣାର ଗୁରୁଗ୍ରାମରେ। ୨୦୦୮ରେ ଏହି କମ୍ପାନୀର ସ୍ଥାପନା ପଙ୍କଜ ଚଢ଼ା ଓ ଦୀପେନ୍ଦର ଗୋୟଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.