ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର

ଭୁବନେଶ୍ୱରର ୪୧.୪ ଡିଗ୍ରୀ ପାରଦ ରହିଥିବା ବେଳେ ହୀରାକୁଦରେ ୪୨.୮ ଡିଗ୍ରୀ ସେଲସିୟସ୍‌ ରହିଛି। ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ରାଜ୍ୟ ଭିତରକୁ ସାମୁଦ୍ରିକ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ତାତି । ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଅସହ୍ୟ ଗରମ ଓ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ। ସକାଳ ସାଢ଼େ ୮ଟାରୁ ଟାଇଁ ଟାଇଁ ଖରା। ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ତାପମାତ୍ରା ରହିଛି ୪୪.୨ ଡିଗ୍ରୀ ସେଲସିୟସ୍‌ । ଝାରସୁଗୁଡ଼ାରେ ପାରଦ ରହିଛି ୪୩.୪ ଡିଗ୍ରୀ ସେଲସିୟସ୍‌ ।

ଭୁବନେଶ୍ୱରର ୪୧.୪ ଡିଗ୍ରୀ ପାରଦ ରହିଥିବା ବେଳେ ହୀରାକୁଦରେ ୪୨.୮ ଡିଗ୍ରୀ ସେଲସିୟସ୍‌ ରହିଛି। ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ରାଜ୍ୟ ଭିତରକୁ ସାମୁଦ୍ରିକ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଦିନ ସାରା ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉ ଥିବା ବେଳେ ଅପରାହ୍ନରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି। ଆସନ୍ତା ୫ଦିନରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ସେହିପରି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୬ତାରିଖ ପରେ ପାଗରେ ହେବ ସାମାନ୍ୟ ପରିବର୍ତ୍ତନ।.

Leave A Reply

Your email address will not be published.