କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ବିକ୍ଷୋଭ

cargil factoryପାରାଦ୍ବୀପ: କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ। ପରିବାର ଲୋକଙ୍କ ସହ ଧାରଣାରେ ବସିଛନ୍ତି ୧୫୨ ଜଣ ଛଟେଇ କର୍ମଚାରୀ। ଶ୍ରମିକମାନେ ମୁଖ୍ୟ ଫାଟକ ଅବରୋଧ କରିଛନ୍ତି। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କାର୍ଗୀଲ ଇଣ୍ଡିଆ ତୈଳ କାରଖାନାରେ ଏମାନେ କାମ କରୁଥିଲେ।

କିନ୍ତୁ କାରଖାନା ବନ୍ଦ ହୋଇଯିବା ବେଳେ ଏମାନଙ୍କୁ ଉଚିତ୍‌ ପ୍ରାପ୍ୟ ପ୍ରଦାନ କରାଯାଇନଥିଲା। ଏବେ ଆଦାମୀ ଗ୍ରୁପ୍‌ ଅଫ୍‌ କମ୍ପାନୀ କିଣି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଏହାକୁ ବେଖାତିର କରି ଧାରଣା ଦିଆଯାଇଛି।

Leave A Reply

Your email address will not be published.