Below header

କେନ୍ଦୁଝର କାଳିମା-ଆକୁଳ ପୋଲ ତଳେ ପଡି ରହିଛି ଗଳିତ ଶବ

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡା ପଞ୍ଚାୟତ କାଳିମା ଗ୍ରାମ ଓ ଆକୁଳ ଗ୍ରାମ ମଧ୍ୟ ଭାଗରେ ଥିବା ଘୁରୁଡିଆ ପୋଲ ନିକଟରେ ଏକ ଗଳିତ ଶବ ପଡିରହିଛି। ଆଜି ଅପରାହ୍ନରେ ସ୍ଥାନୀୟ କାଳିମା ଗ୍ରାମର ଜଣେ ଯୁବକ ଉକ୍ତ ନାଳରେ ଗାଧୋଉଥିବା ବେଳେ ଚପଲ ଭାସି ଯାଇଥିଲା। ଫଳରେ ସେ ଚପଲ ପାଇଁ ଯାଇଥିଲେ। ଏବଂ ପୋଲ ନିକଟରେ ଏକ ବୁଦା ଉହାଡରେ ଏକ ଗଳିତ ଶବ ପଡି ରହିଥିବା ଦେଖିବାକୁ ପାଇଥିଲେ। ଫଳରେ ଘଟଣା ପ୍ରଘଟ ହୋଇଗଲା।

ବର୍ତ୍ତମାନ ସୁଦ୍ଧା ଗଳିତ ଶବଟି ସେହି ସ୍ଥାନରେ ପଡି ରହି ଦୁର୍ଗନ୍ଧ ହେଉଥିବା ଜଣାପଡିଛି। ତେବେ ଶଵଟିର କୌଣସି ପରିଚୟ ମିଳିପାରିନାହିଁ ।ପ୍ରାୟ କିଛି ଦିନ ତଳେ କେହି ଦୁର୍ବୃତ୍ତ ହତ୍ଯା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ତେଲକୋଇ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.