Below header

ପାଗଳ ପ୍ରଶଂସକ, ମାଇକେଲ୍ ଜ୍ୟାକସନଙ୍କ ପରି ଦେଖାଯିବାକୁ ୧୧ ଥର ପ୍ଲାଷ୍ଟିକ୍ ସର୍ଜରୀ କରିସାରିଲେଣି ଏହି ଯୁବକ

ପ୍ରସିଦ୍ଧ ପପ୍ ସିଙ୍ଗର୍ ମାଇକେଲ୍ ଜାକସନ୍ । ଯାହାଙ୍କୁ କିଙ୍ଗ୍ ଅଫ୍ ପପ୍ କୁହାଯାଏ । ତେବେ ମାଇକେଲଙ୍କ ମୃତ୍ୟୁକୁ ଯଦିଓ ୯ ବର୍ଷ ହୋଇସାରିଲାଣି ହେଲେ ଆଜି ସାରା ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ।  ମାଇକେଲଙ୍କ ପରି ଗୀତ ବୋଲିବା ସହ ଡ୍ୟାନ୍ସ କରିବାକୁ ଚାହାଁନ୍ତି ତାଙ୍କ ପ୍ରଶଂସକ । ଏପରିକି ତାଙ୍କ ପରି ଦେଖାଯିବାକୁ ମଧ୍ୟ ଅନେକ ଚାହାଁନ୍ତି । ସେହିପରି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ଆର୍ଜେଣ୍ଟିନାର ଲିଓ ବ୍ଲେକୋ ।

michel jaksonମାଇକେଲ୍ ଜ୍ୟାକସନଙ୍କ ପରି ଦେଖାଯିବା ପାଇଁ ନିଜ ଉପରେ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ଏହି ୨୨ ବର୍ଷୀୟ ଯୁବକ । ଗତ ୭ ବର୍ଷ ମଧ୍ୟରେ ୧୧ ଥର ପ୍ଲାଷ୍ଟିକ୍ ସର୍ଜରୀ କରିସାରିଲେଣି ଲିଓ । ମାଇକେଲ୍ ଜ୍ୟାକସନଙ୍କ ପରି ଦେଖାଯିବା ପାଇଁ ମାତ୍ର ୧୫ ବର୍ଷ ବୟସରୁ ହିଁ ନିଷ୍ପତ୍ତି ନେଇସାରିଥିଲେ ଲିଓ । କେବଳ ନାକକୁ ୪ ଥର ସର୍ଜରୀ କରିସାରିଛନ୍ତି ଲିଓ । ତଥାପି ନିଜ ଲୁକରେ ସୁନ୍ତୁଷ୍ଟ ନାହାଁନ୍ତି ଲିଓ । କାରଣ ତାଙ୍କୁ ଲାଗୁଛି ଏବେ ବି ଅନେକ କିଛି ପରିବର୍ତ୍ତନ କରିବାକୁ ବାକି ଅଛି ।

ତେବେ ଏହି ସର୍ଜରୀ ରେ ଲିଓଙ୍କ ବ୍ୟତୀତ ପରିବାର ଲୋକ କେହି ଖୁସି ନାହାଁନ୍ତି । ମା’ଙ୍କ କହିବା ଅନୁଯାୟୀ, ଯେବେ ବି ପୁଅକୁ ଦେଖେ ଚିନ୍ତାରେ ପଡିଯାଏ ଯେ କଣ ୟେ ମୋର ପୁଅ ଲିଓ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.