ମହାପ୍ରଭୁଙ୍କ ଲୀଳାକ୍ଷେତ୍ର “କାଙ୍କଣ ଶିଖରୀ”ର କାହାଣୀ

୩ ଶହ ବର୍ଷର କାହାଣୀ । ୧୮୦୦ ମସିହାରେ ମୋଗଲ ସାମ୍ରାଜ୍ୟର ତକେଇ ଖାଁଙ୍କ ଆକ୍ରମଣରୁ ରକ୍ଷା ପାଇବାପାଇଁ ଦଇତାପତି ମାନେ ମହାପ୍ରଭୁଙ୍କୁ ବ୍ରହ୍ମଗିରି ଦେଇ ନୌକାରେ ନଈରୀ ଗ୍ରାମକୁ ଚାଲିଯାଇଥିଲେ । ରାତି କାଟିବା ପାଇଁ ନଈରୀ ନିକଟ ଚିଲିକାରେ ଥିବା ଏକ କୁଦରେ ମହାପ୍ରଭୁଙ୍କୁ ରଖାଯାଇଥିଲା । ପ୍ରଭୁଙ୍କ ପ୍ରସାଦ ପାଇଁ କୌଣସି ଖାଦ୍ୟର ବନ୍ଦୋବସ୍ତ ହୋଇପାରିନଥିଲା । କିନ୍ତୁ ପ୍ରଭୁଙ୍କ ସ୍ୱପ୍ନାଦେଶ ପରେ, ସେହି କୁଦ ମଧ୍ୟରେ ଥିବା କଣ୍ଟକ ଫଳ (କାଙ୍କଡ଼) କୁ ପ୍ରସାଦ ରୂପେ ଭୋଗ ଲାଗି କରାଯାଇଥିଲା। କିନ୍ତୁ ମାଦଳା ପାଞ୍ଜିରେ ଲେଖାଯାଇଥିଲା କଣ୍ଟକ ଫଳ ପ୍ରସାଦରେ ବ୍ୟବହାର ହେବନାହିଁ । କିନ୍ତୁ କାଙ୍କଣ ଶିଖରୀରେ ମହାପ୍ରଭୁ ବିଜେ ପରେ କାଙ୍କଡ଼କୁ ମହାପ୍ରସାଦରେ ବ୍ୟବହାର କରାଯାଉଛି । ଏଣୁ ମହାପ୍ରଭୁଙ୍କ ଗୋପନଲୀଳାର ଏହା ଭିନ୍ନ ଏକ ଲୀଳାକ୍ଷେତ୍ର ରୂପେ ପରିଗଣିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.