ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଏମ୍‌ଓୟୁ : ଦୁଇଟି ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇଟି ସଂସ୍ଥା ସହ ଏମଓୟୁ। ଆମେରିକୀୟ ସଂସ୍ଥା ମ୍ୟାଲେରିଆ ‘ନୋ ମୋର’ ଏବଂ ଭାରତୀୟ ସଂସ୍ଥା ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ମ୍ୟାଲେରିଆ ନିରାକରଣ ନେଇ ଏହି ଦୁଇ ସଂସ୍ଥା କାମ କରିବେ । ମ୍ୟାଲେରିଆ ନୋ ମୋର ସଂସ୍ଥା ଓଡ଼ିଶାର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ‘ଦମନ’କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ କାମ କରିବ । ୨୦୧୭ ତୁଳନାରେ ୨୦୧୮ରେ ରାଜ୍ୟରେ ମ୍ୟାଲେରିଆ ରୋଗୀ ସଂଖ୍ୟାରେ ୮୪ ପ୍ରତିଶତ ହ୍ରାସ ଘଟିଛି । ଏହି ସଫଳତା ପାଇଁ କୀଟନାଶକ ଉପଚାରିତ ମଶାରି ବଣ୍ଟନ ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଦମନର ପ୍ରମୁଖ ଭୂମିକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.