Below header

ଓଡିଶା ପୋଲିସରେ ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର (କେନ୍ୟୁଜ) : କିନ୍ନରଙ୍କ ପାଇଁ ରାଜ୍ୟସରକାରଙ୍କ ବଡ ଘୋଷଣା। କିନ୍ନରଙ୍କୁ ମିଳିବ ସବ ଇନସ୍ପେକ୍ଟର ପଦବୀରେ ନିଯୁକ୍ତି । ଏଥିପାଇଁ କିନ୍ନରମାନେ ଆବେଦନ କରିବାକୁ ଯୋଗ୍ୟ ବୋଲି କୁହାଯାଇଛି। କନେଷ୍ଟବଳ ପଦବୀରେ ମଧ୍ୟ କିନ୍ନରଙ୍କୁ ନିଯୁକ୍ତି ମିଳିବ । ପ୍ରଥମଥର ପାଇଁ ଆବେଦନ କରିବେ ଟ୍ରାନ୍ସଜେଣ୍ଡର। ସରକାରୀସ୍ତରରେ କିନ୍ନରଙ୍କ ପାଇଁ ଏହା ନିଯୁକ୍ତି ପ୍ରଥମ। ଘୋଷଣା ପରେ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନର ସମାଜ ।

kinaraଓଡ଼ିଶା ପୋଲିସରେ ଜଏନ କରିବାକୁ DGPଙ୍କ ଆହ୍ଵାନ। ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ରଖାଯାଇଛି। ୨୪୪ କନେଷ୍ଟବଳ କମ୍ୟୁନିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷାରେ ସମସ୍ତ ପ୍ରଶ୍ନ ମଲଟିପୁଲ ଚଏସ ହେବ। ୨୨ ଜୁନରୁ ୧୫ ଜୁଲାଇ ମଧ୍ୟରେ ପୋର୍ଟାଲ ଖୋଲିବ। ପୋଲିସ ପଦ ପାଇଁ ଅନଲାଇନରେ ଆବେଦନ କରିବାକୁ କୁହାଯାଇଛି ।

-୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

-୨୪୪ କନେଷ୍ଟବଳ କମ୍ୟୁନିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ

-ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ

-ପରୀକ୍ଷାରେ ସମସ୍ତ ପ୍ରଶ୍ନ ମଲଟିପୁଲ ଚଏସ ହେବ

-୨୨ ଜୁନରୁ ୧୫ ଜୁଲାଇ ମଧ୍ୟରେ ପୋର୍ଟାଲ ଖୋଲିବ

-ପୋଲିସ ପଦ ପାଇଁ ଅନଲାଇନରେ ଆବେଦନ

police

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.