ମାନସିକ ଅବସାଦ ଗ୍ରାସିତ ପିଲା କରୋନାରେ ଅଧିକ ଭାବେ ହୋଇପାରନ୍ତି ସଂକ୍ରମିତ, ରିପୋର୍ଟରୁ ସୂଚନା

କରୋନର ୩ୟ ଲହାରୀରେ ସବୁଠୁ ଅଧିକ ଛୋଟ ଛୁଆ ଆକ୍ରାନ୍ତ ହେବାର ଖବର ସାମ୍ନାକୁ ଆସିଛି । ରିପୋର୍ଟରୁ ପ୍ରକାଶ ହୋଇଛି ଯେ, ପିଲାମାନେ ମାନସିକ ଅବସାଦରେ ରହୁଛନ୍ତି, ଯାହା କରୋନାରେ ସଂକ୍ରମିତ ହେବାରେ ତାଙ୍କୁ ସାହାଯ୍ୟ କରିବ । ଜର୍ନଲ ଆମେରିକା ମେଡିକାଲ ଆସୋସିଏସନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ସୂଚାଇ ଦିଆଯାଇଛି । ଅବସାଦ ଗ୍ରାସିତ ପିଲା ସାଧାରଣ ପିଲାଙ୍କଠୁ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ରିସର୍ଚ୍ଚ ଅନୁଯାୟୀ, ବୟସ୍କଙ୍କ ଭଳି ଛୋଟ ପିଲାଙ୍କ ମଧ୍ୟରେ ମାନସିକ ଅବସାଦ ସମ୍ଭବ । ୧୯ବର୍ଷ ହେବା ପୂର୍ବରୁ ୪ ରୁ ୧ପିଲା ଡିପ୍ରେସନରେ ରହିଥାଏ।ଏହି ସମୟରେ ଅନେକ ଲକ୍ଷଣ ମଧ୍ୟ ପିଲାଙ୍କ ମଧ୍ୟରେ ଦେଖାଯଏ ।

– ଲୋକଙ୍କଠୁ ଦୂରେଇ ରହିବା ।
– ଗହଳି ସ୍ଥାନଠୁ ନିଜକୁ ବଞ୍ଚାଇବା ।
– ଖାଦ୍ୟ ନ ଖାଇବା।
– ସବୁବେଳେ ଉଦାସରେ ରହିବା ।
– ସବୁକଥାରେ ମନା କରିବା।
– ପ୍ୟାନିକ ଆଟାକ ଆସିବା ସହ ପିଲା ରାଗିବା ସ୍ୱଭାବର ହେବା।

ତେଣୁ ବର୍ତ୍ତମାନଠୁ ସମସ୍ତ ପରିବାର ନିଜ ପିଲାଙ୍କ ପ୍ରତି ଯଥେଷ୍ଟ ସତର୍କ ରହିବା ଆବଶ୍ୟକ କରୋନା କାଳରେ ଶୀରର ସହ ମନ ସୁସ୍ଥ ରହିବା ନିହାତି ଆବଶ୍ୟକ । ଏହାଦ୍ୱାରା ରୋଗ ଶରୀରକୁ ପ୍ରବେଶ କରିପାରିନଥାଏ । ତେଣୁ ସୁସ୍ଥ ରହିବା ପାଇଁ ନିଜ ପରିବାର ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରନ୍ତୁ । ଯାହା ସେମାନଙ୍କ ମନକୁ ମଧ୍ୟ ସୁସ୍ଥ ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.