ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ, ସହାୟତା ସହ ପ୍ରାର୍ଥନା କରିବା ପାଇଁ କଲେ ନିବେଦନ

ଭୁବନେଶ୍ବର(କେନ୍ୟୁଜ୍): ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ । ଲିଭର ସିରୋସିସ୍‌ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଏଥିପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଆବଶ୍ୟକ। ଅର୍ଥ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ । ତେଣୁ ସେ ସହାୟତା ପାଇଁ ନିବେଦନ କରିଛନ୍ତି ।

ଏଥିପାଇଁ ଓଲିଉଡ୍‌ କଳାକାର, ପିଣ୍ଟୁଙ୍କ ଫ୍ୟାନ୍‌ ଏବଂ ସାଧାରଣ ଜନତା ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ପିଣ୍ଟୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ବର୍ତ୍ତମାନ ପିଣ୍ଟୁଙ୍କ ଚିକିତ୍ସା ଭୁବନେଶ୍ୱର ସ୍ଥିତ କିମ୍‌ସ ହସପିଟାଲରେ ଚାଲିଛି । ସେହିପରି ଓଲିଉଡ୍‌ ସିନେ ଆର୍ଟିଷ୍ଟ ଆସୋସିଏନ୍‌ ତାଙ୍କ ଦୁଃଖ ସମୟରେ ଠିଆ ହୋଇଥିବାରୁ ସେ ତା ୠଣ ଶୁଝି ପାରିବେ ନାହିଁ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.