Below header

କେନ୍ଦୁଝର: ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ସମୀକ୍ଷା ପାଇଁ ବିଡିଓ ନଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

ବାଂଶପାଳ(କେନ୍ୟୁଜ୍): ତାତିଲେ ଲୋକେ । ପଞ୍ଚାୟତ କାର୍ଯ୍ୟାଳୟରେ ପକାଇଲେ ତାଲା । କେନ୍ଦୁଝର ବାଂଶପାଳ ବ୍ଲକ୍‌ ବାୟାକୁମୁଟିଆ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ସମୀକ୍ଷା ପାଇଁ ବିଡିଓ ନଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଉତ୍ତ୍ୟେକ୍ତ ଲୋକେ । ମନମୁଖୀ କାର୍ଯ୍ୟ ପାଇଁ ସରପଞ୍ଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ପଞ୍ଚାୟତବାସୀ ଓ ସମସ୍ତ ୱାର୍ଡମେମ୍ବର ।

panchayat banshapalଏନେଇ ବଂଶପାଳ ବିଡିଓ ଉଗ୍ରସେନ ଓରାମକୁ ଅନାସ୍ଥା ପ୍ରସ୍ତାବର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ । ତେବେ ଘଟଣାକୁ ମାସେ ବିତିଥିଲେ ମଧ୍ୟ ବିଡିଓ ପଞ୍ଚାୟତକୁ ନଆସିବାରୁ ପଞ୍ଚାୟତବାସୀ ଓ ୱାର୍ଡମେମ୍ବର ଉତ୍ୟେକ୍ତ ହୋଇ ଜିପିଇଓ ମଧୁସୂଦନ ହେମ୍ବ୍ରମ, ପିଇଓ ତୁଷାର ଦାସ ଓ ଜିଆରଏସ୍‌ ଦୁର୍ଯ୍ୟୋଧନ ବେହେରାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ସମସ୍ୟାର ସମାଧାନ ନହେବା ଯାଏଁ ପଞ୍ଚାୟତରେ ତାଲା ପକାଇ ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.