ଡାଇବେଟିସ ଓ ହାଇ ବ୍ଳଡପ୍ରେସର ଭଳି ବଡ଼ ବଡ଼ ରୋଗରୁ ରକ୍ଷା କରେ ମେଥି, ଜାଣନ୍ତୁ କିପରି କରିବେ ବ୍ୟବହାର

ମେଥିର ଔଷଧୀୟ ଗୁଣ ବିଷୟରେ ତ ଆପଣ ବହୁତ ଶୁଣିଥିବେ । ପ୍ରାୟ ସମସ୍ତଙ୍କ ଘରେ ଏହାର ବ୍ୟବହାର କରାଯାଇଥାଏ । ଏଥିରେ ଫୋଲିକ ଏସିଡ, ମ୍ୟାଗନେସିୟମ୍, ସୋଡିୟମ, ଜିଙ୍କ, କପର, ନିୟାସିନ, ଥିୟାମୀନ ଓ କେରୋଟିନ ଇତ୍ୟାଦି ପୋଷକ ତତ୍ତ୍ୱ ମିଳିଥାଏ । ମେଥିର ପ୍ରୟୋଗ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କରାଯାଇଥାଏ । ତାହେଲେ ଆସନ୍ତୁ ଜାଣିବା ମେଥିର ସେହି ଔଷଧୀୟ ଗୁଣ ବିଷୟରେ ଯାହା ଆପଣ ପୂର୍ବରୁ କେବେ ବି ଶୁଣିନଥିବେ ।

ବଦହଜମି

ଘରୋଇ ଭାବେ ମେଥିଦାନା ବହୁତ ଉପକାରୀ ହୋଇଥାଏ । ବଦହଜମି ହୋଇଥିଲେ ଅଧାଚାମଚ ମେଥିଦାନାକୁ ପାଣି ସହିତ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

Image result for fenugreek

ଅଣ୍ଟାରେ ଯନ୍ତ୍ରଣା

ଆୟୁର୍ବେଦିକ ଚିକିତ୍ସକଙ୍କ ଅନୁଯାୟୀ ଅଣ୍ଟା ଯନ୍ତ୍ରଣାକୁ ଦୂର କରିବା ପାଇଁ ମେଥି ସାହାଯ୍ୟ କରିଥାଏ । ସେଥିପାଇଁ ୧ ଗ୍ରାମ ମେଥି ଦାନା ପାଉଡର ଏବଂ କିଛି ସୁଣ୍ଠି ପାଉଡରକୁ ଗରମ ପାଣି ସହିତ ଦିନକୁ ୨/୩ ଥର ପିଇଲେ ସୁଫଳ ମିଳିଥାଏ ।

ଡାଇବେଟିସ

ଏହି ରୋଗଠୁ ଦୁରେଇ ରହିବା ପାଇଁ ପ୍ରତିଦିନ ୧ ଚାମଚ ମେଥି ପାଉଡର ପାଣି ସହିତ ପିଅନ୍ତୁ । ଏହା ବ୍ୟତୀତ ଏକ ଚାମଚ ମେଥି ଦାନାକୁ ଏକ କପ ପାଣିରେ ଭିଜାଇ ସାରା ରାତି ଛାଡ଼ିଦିଅନ୍ତୁ । ସକାଳୁ ଏହାର ପାଣି ପିଇବା ଦ୍ୱାରା ଓଜନ ସନ୍ତୁଳିତ ରହିଥାଏ ।

Image result for fenugreek

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପରେ ମଧ୍ୟ ମେଥି ଖାଇବା ବହୁତ ଲାଭଦାୟକ ହୋଇଥାଏ । ୫ ଗ୍ରାମ ମେଥି ଏବଂ ସୋୟାକୁ ପେଷି ସକାଳ ଓ ସନ୍ଧ୍ୟାରେ ପିଇବା ଦ୍ୱାରା ବ୍ଲଡ଼ ପ୍ରେସର ସନ୍ତୁଳିତ ହୋଇ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.