ରାଜ୍ୟ ପୋଲିସ୍‌ ବନ୍ଧୁକ ଚାଳନା : ଏସ୍‌ଓଜି ଚାମ୍ପିଅନ୍‌, କମିଶନରେଟ୍‌ ପୋଲିସ୍‌ ରନର୍ସଅପ୍‌

ଯାଜପୁର/ଭୁବନେଶ୍ୱର (କେ ନ୍ୟୁଜ୍‌) : ଉଦଯାପିତ ହୋଇଛି ୫୩ତମ ଓଡ଼ିଶା ପୋଲିସ୍‌ ବନ୍ଧୁକ ଚାଳନା ପ୍ରତିଯୋଗିତା । ଏଥିରେ କମିଶନରେଟ୍‌ ପୋଲିସ୍‌ ଟିମ୍‌ ମୋଟ୍‌ ୨୨ଟି ପଦକ ଜିତି ରନର୍ସଅପ୍‌ ହୋଇଛି । ରାଇଫଲ୍‌ ବର୍ଗରେ ଦଳ ଚାମ୍ପିଅନ୍‌ ହୋଇଛି ।

POLICE-2

ଯାଜପୁର ବଇରି ରେଞ୍ଜ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ କମିଶନରେଟ୍‌ ପୋଲିସ୍‌କୁ ଶ୍ରେଷ୍ଠ ରାଇଫଲ୍‌ ମ୍ୟାନ୍‌ ଟ୍ରଫି ମଧ୍ୟ ଜିତିଛି । ଆଜି ପୋଲିସ୍‌ ସେବା ଭବନ ଠାରେ ପୋଲିସ୍‌ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ଟିମ୍‌କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏସ୍‌ଓଜି ଟିମ୍‌ ହେଲା ଦଳଗତ ଚାମ୍ପିଅନ୍‌

POLICE SHOOTING-5

ଗତ ବୁଧବାର ଦିନ ବଇରି ଠାରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଥିଲା । ଏଥିରେ ସାରା ରାଜ୍ୟରୁ ମୋଟ୍‌ ୨୪ଟି ଟିମ୍‌ର ୩୩୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଇଫଲ୍‌, ପିସ୍ତଲ ଓ ଷ୍ଟେନ୍‌ଗନ୍‌ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଏସ୍‌ଓଜି ଭୁବନେଶ୍ୱର ଚାମ୍ପିଅନ୍‌, ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌-ବି ଟିମ୍‌ ରନର୍ସଅପ୍‌, ଆଇଆରବି ଲାୟନ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

POLICE SHOOTING-4

ଉଦ୍‌ଯାପନୀ ସମାରୋହରେ ପୋଲିସ୍‌ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବନ୍ଧୁକ ଚାଳନା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୋଲିସ୍‌ର ସୁନାମ ରହିଛି । ତେଣୁ ଆହୁରି ଭଲ ଅଭ୍ୟାସ କରି ଜାତୀୟ ପ୍ରତିଯୋଗିତାରେ ଅଧିକ ସଫଳତା ହାସଲ କରିବାକୁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ଏପିର ଅତିରିକ୍ତ ଡିଜି ଆର୍‌ପି କୋଚେଙ୍କ ସମେତ ଅନେକ ବରିଷ୍ଠ ପୋଲିସ୍‌ ଅଧିକାରୀ ଯୋଗ ଦେଇଥିଲେ ।

POLICE SHOOTING-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.