ମୟୂରଭଞ୍ଜ: ଦୁଷ୍କର୍ମ କଲା ତଣୁ ପିଟିପିଟି ମାରିଦେଲା ପୀତିଡା,ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଲେ

ମୟୂରଭଞ୍ଜ(କେନ୍ୟୁଜ୍): ଦୁଷ୍କର୍ମକାରୀକୁ କୋଦାଳରେ ପିଟି ପିଟି ହତ୍ୟାକଲା ପୀଡ଼ିତା । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଗୁସାହି ଅଞ୍ଚଳରେ ଦେଖିବାକୁ ମିଳିଛି । ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଛି । ହତ୍ୟା ଅଭିଯୋଗରେ ପୀଡ଼ିତାଙ୍କୁ ଅଟକ ରଖିଛି ପୋଲିସ । ମୃତକ ସେହି ଗ୍ରାମର ମଙ୍ଗଲ ମୁର୍ମୁ ।

ଗତ ୧୫ ତାରିଖ ଗୁୁସାହିରେ ମକର ମେଳା ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ମଙ୍ଗଲ ନିଶାଶକ୍ତ ଅବସ୍ଥାରେ କୁନି ମୁର୍ମୁ ନାମକ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କୁନି ଏକ କୋଦାଳରେ ମଙ୍ଗଲ ମୁଣ୍ଡରେ ପ୍ରହାର କରିଥିଲେ । ଘଟଣାସ୍ଥଳରେ ମଙ୍ଗଲ ଅଚେତ୍‌ ହୋଇ ପଡିଯିବାରୁ ତାକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲା କୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.