‘ଲଣ୍ଡନ ଠୁମକଦା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ, ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଏ, ତାହା କେହି କରିପାରିବେ ନାହିଁ । ଆଉ ଆଜିକାଲି ସୋସିଆଲ ମିଡିଆରେ ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଭିଡିଓ ଦେଖିବାକୁ ମିଳୁଛି । ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଲିଉଡ କୁଇନ ଗୀତ ‘ଲଣ୍ଡନ ଠୁମକଦା’ ଟ୍ରେଣ୍ଡ କରୁଛି । ଯାହାକୁ ଶୁଣିବା ପରେ ସମସ୍ତେ ଡ୍ୟାନ୍ସ କରୁଛନ୍ତି। ଫିଲ୍ମ ରିଲିଜ ହେବାର ୯ ବର୍ଷ ପରେ ମଧ୍ୟ ଯୁଜର୍ସଙ୍କ ମଧ୍ୟରେ ଏହାର କ୍ରେଜ ରହିଛି ।

ଇନଷ୍ଟାଗ୍ରାମରେ ଏବେ ‘ଲଣ୍ଡନ ଠୁମକଦା’ ଗୀତ ବହୁତ ଟ୍ରେଣ୍ଡ କରୁଛି । ୟୁଜର୍ସ ଏଥିରେ ରିଲ୍ସ ଏବଂ ଭିଡିଓ କରୁଛନ୍ତି। ଗୀତର କ୍ରେଜ ନେପାଳରେ ପହଞ୍ଚିଗଲାଣି । ଭାଇରଲ ହେଉଥିବା ଭିଡିଓରେ ନେପାଳର କିଛି ଯୁବତୀ ଏହି ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଆଉ ଭିଡିଓ ଦେଖିବା ପରେ ସମସ୍ତେ ଡ୍ୟାନ୍ସ କରିବାକୁ ଲାଗିଛନ୍ତି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଦ ଓ୍ଵିଙ୍ଗ ଅଫିସିଆଲ ପେଜରେ ସେୟାର କରାଯାଇଛି। ଇନଷ୍ଟାଗ୍ରାମ ବାୟୋ ଅନୁସାରେ ଡ୍ୟାନ୍ସ ଗ୍ରୁପ ନେପାଳର କାଠମାଣ୍ଡୁ ସ୍ଥିତ ରହିଛି। ଭାଇରଲ ଭିଡିଓରେ ଚାରିଜଣ ମହିଳା ଢିଲା ଢିଲା ପ୍ୟାଣ୍ଟ ଏବଂ ସ୍ୱେଟସାର୍ଟ ପିନ୍ଧି ନାଚୁଛନ୍ତି । ଯୁବତୀଙ୍କ ଡ୍ୟାନ୍ସ ଦେଖି ସମସ୍ତଙ୍କ ମନ ଝୁମିଯାଉଛି ।

 

View this post on Instagram

 

A post shared by TheWings (@thewingsofficial_)

ଭିଡିଓଟି ଏବେ ୟୁଜର୍ସଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାକୁ ଦେଖଇ ସମସ୍ତେ ନାଚୁଛନ୍ତି । ସୋସିଆଲ ମିଡିଆରେ ଏହାକୁ ୧୧.୫ ମିଲିୟମରୁ ଅଧିକ ଭ୍ୟୁ ମିଳିସାରିଛି। ୧.୫ ମିଲିଅନରୁ ଅଧିକ ଲାଇକ୍ସ ମିଳିଛି। ୟୁଜର୍ସ ଲଗାତାର ନେପାଳୀ ଯୁବତୀଙ୍କୁ ଏହି ଡ୍ୟାନ୍ସ ପାଇଁ ପ୍ରଶଂସା କରୁଛନ୍ତି। ଏହା ବହୁତ ଆକର୍ଷଣୀୟ ଏବଂ ଧମାକେଦାର ଡ୍ୟାନ୍ସ ବୋଲି ୟୁଜର୍ସ କହୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.