ପେଟ ଭିତରେ ୧୦ କୋଟି, ଆଶ୍ଚର୍ଯ୍ୟ ଲାଗୁଛି ନା ?

ନୂଆଦିଲ୍ଲୀ : ଆମେ ସମସ୍ତେ ଖାଇବା ପାଇଁ ପେଟକୁ ବ୍ୟବହାର କରନ୍ତି । ହେଲେ କିଛି ଲୋକ ଏହାକୁ ଅନ୍ୟ କାମରେ ବି ଲଗାଉଛନ୍ତି । ଯେମିତି କି ସ୍ମଗଲରମାନେ ପେଟ ଭିତରେ ରଖୁଛନ୍ତି ଚୋରା ଜିନିଷ । ଏମିତି ୭ ଜଣ ଲୋକଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୋଲିସ୍‌ ଗିରଫ କରିଛି । ଆଫଗାନିସ୍ତାନର ଏହି ୭ ଜଣଙ୍କ ଉପରେ ପୋଲିସ୍‌ର ସନ୍ଦେହ ହେଲା । ସେମାନଙ୍କ ପେଟ ଏକ୍ସ-ରେ କରିବା ପରେ ଜଣାପଡ଼ିଲା କ୍ୟାପସୁଲ ଭଳି କିଛି ଜିନିଷ ଅଛି । ତୁରନ୍ତ ଡାକ୍ତରଙ୍କୁ ଡକାଗଲା ଓ ସେ ପେଟ ଭିତରୁ ୨୧୪ଟି କ୍ୟାପସୁଲ ବାହାର କଲେ । ତା ଭିତରେ ଥିଲା ହେରୋଇନ୍‌ । ଯାହାର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହେଉଛି ୧୦ କୋଟି ଟଙ୍କା ।
ପୂର୍ବରୁ ବିମାନ ବନ୍ଦର ଦେଇ ଚୋରା ସୁନା ଚାଲାଣ ଘଟଣା ଘଟୁଥିଲା । ହେଲେ ଏବେ ଏଭଳି ଭାବେ ହେରୋଇନ୍‌ ଚୋରା ଚାଲାଣ ଘଟଣା ସମସ୍ତଙ୍କୁ ଚକିତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.