Below header

୧୦ମ ପାସ୍‌ କରିଥିଲେ ମିଳିବ ଚାକିରି, ବିଏସଏଫରେ କନେଷ୍ଟବଳ ପାଇଁ ତୁରନ୍ତ କରନ୍ତୁ ଆବେଦନ

୧୦ମ ପାସ୍‌ କରିଥିଲେ ବିଏସଏଫ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ । ଖାଲିପଡିଛି ୧୨୮୪ କନେଷ୍ଟବଳ ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର ।୧୨୮୪ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ବର୍ଡର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ rectt.bsf.gov.in କୁ ଯାଇ ନୋଟିଫିକେସନ ଚେକ୍‌ କରି ଅନଲାଇନ୍ ମାଧ୍ୟମରେ ଆବେଦନପତ୍ର କରିପାରିବେ।

ସୂଚନା ମୁତାବକ BSF କନଷ୍ଟେବଳ ପଦବୀ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ମାର୍ଚ୍ଚ ୨୦୨୩ ରହିଛି । ତେବେ ୧୨୮୪ ଟି ପଦବୀ ମଧ୍ୟରୁ ୧୨୨୦ ଟି ପଦବୀ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଏବଂ ୬୪ ଟି ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ରହିଛି।

ପଦବୀ ବିବରଣୀ : ୧୨୮୪

ପୁରୁଷ : ୧୨୨୦

ମହିଳା : ୬୪

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୭ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍।

ଆବେଦନ ଶୁଳ୍କ : ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଥିବାବେଳେ ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହା ସହିତ ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୬୫ ସେମି ଏବଂ ମହିଳା ପ୍ରାର୍ଥୀ ୧୫୫ ସେମି ହେବା ଉଚିତ୍ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୭ମ ବେତନ କମିଶନ ଅନୁଯାୟୀ ୨୧,୭୦୦ ଟଙ୍କାରୁ ୬୯,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://rectt.bsf.gov.in/static/bsf/pdf/Constable%20(Tradesman)%20Exam%202023%20in%20Border%20Security%20Force.pdf?rel=2023022601

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.