IOCL ରେ ୧୦୬ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି, ମାସିକ ଦରମା ଦେଢ ଲକ୍ଷରୁ ଅଧିକ

ଇଣ୍ଡିଆନ ଅଏଲରେ ୧୦୬ ପଦବୀ ପାଇଁ ଗ୍ରହଣ କରୁଛି ଆବେଦନ । ଇଚ୍ଛୁକ ପ୍ରାର୍ଥୀ ୨୨ ମାର୍ଚ୍ଚ ପୂର୍ବରୁ କରିପାରିବେ ଆବେଦନ । ମାସକୁ ଦରମା ୧,୬୦,୦୦୦ ଅଧିକ ମିଳିବ ।

ଇଣ୍ଡିଆନ ଅଏଲ୍‌ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଇଚ୍ଛୁକ ଯୁବପିଢି ଆଇଓସିଏଲର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ ୧୦୬ ଏଗ୍ଜିକ୍ୟୁଟିଭ ପଦବୀ ଖାଲିପଡିଛି। ଇଚ୍ଛା ଥିଲେ ପ୍ରାର୍ଥୀ କରନ୍ତୁ ଆବେଦନ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୨ ମାର୍ଚ୍ଚ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୦୬

ଏଗ୍ଜକ୍ୟୁଟିଭ ଲେବଲ ୧ : ୯୬

ଏଗ୍ଜକ୍ୟୁଟିଭ ଲେବଲ ୨ : ୧୦

ବୟସ ସୀମା : ଲେବଲ ୧ରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ଏବଂ ଲେବଲ ୨ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଦରମା : ପ୍ରାର୍ଥୀଙ୍କୁ ମାସିକ ୧,୨୦,୦୦୦ ଏବଂ ୧,୬୦,୦୦୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ସାଧାରଣବର୍ଗ, ଓବିସି, EWS ପ୍ରାର୍ଥୀ ୩୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ନିଶୁଳ୍କ ଆବେଦନ କରିପାରିବେ ।

ଜାଣନ୍ତୁ କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଆନ୍ତୁ ।

ଏହାପରେ କ୍ୟାରିଅର ଟାବ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ଆବେଦନ ଫର୍ମ ଭରନ୍ତୁ ଆଉ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ ।

ଭବିଷ୍ୟ ପାଇଁ ଏକ କପି ପ୍ରିଣ୍ଟ କରି ରଖନ୍ତୁ ।

ପ୍ରାର୍ଥୀ ଅନଲାଇନ ଆବେଦନ କରିବା ପରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ । ଏହା ସହିତ ଜରୁରୀ ଦସ୍ତାବିଜକୁ ଆଟେଷ୍ଟେଡ୍‌ କରି ପାସଫଟୋ ସହିତ ସାଇନ୍‌ କରି ଏହି ଠିକଣାରେ ପଠାଇବାକୁ ଅନୁରୋଧ ।

ଠିକଣା :

The Advertiser, Lodhi Road, New Delhi 110003. Post Box No. 3096, Head Post Office.

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.highonstudy.com/pdf.php?id=199KDqXP6bGBk3bNHagmEv0tt9JmF4nxO&name=IOCL-106-Notice-2023

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.