ହୋଲିରେ ଉମେଶ ଯାଦବଙ୍କ ଘରକୁ ଆସିଲେ ଲକ୍ଷ୍ମୀ, ସୋସିଆଲ ମିଡିଆରେ ସୂଚନା ଦେଲେ ଉମେଶ

ହୋଲିରେ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଉମେଶ । ହୋଲି ଦିନ ଉମେଶଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଉମେଶଙ୍କ ପତ୍ନୀ ତନୟା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି । ଏହା ମଧ୍ୟରେ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଉମେଶ । ହୋଲି ଦିନ ଉମେଶଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଉମେଶଙ୍କ ପତ୍ନୀ ତନୟା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଉମେଶ । ଗତମାସରେ ଉମେଶଙ୍କ ବାପାଙ୍କ ନିଧନ ଅନେକ ଦୁଃଖ ଆଣିଥିଲା ।

ଉମେଶ ପ୍ରଥମଥର ଯେତେବେଳେ ୨୦୨୧ରେ ବାପା ହୋଇଥିଲେ ସେତେବେଳେ ମଧ୍ୟ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଥିଲେ। ପୁଣି ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଳେ ଉମେଶ ବାପା ହୋଇଛନ୍ତି। ଉମେଶଙ୍କ ବଡ଼ ଝିଅଙ୍କ ବୟସ ୨ ବର୍ଷ।

 

View this post on Instagram

 

A post shared by Umesh Yaadav (@umeshyaadav)

ଗତମାସରେ ଉମେଶଙ୍କ ବାପା ତିଲକ ଯାଦବଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଥିଲା। ସେ ଗତ କିଛି ମାସ ଧରି ରୋଗାକ୍ରାନ୍ତ ଥିଲେ। ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତିଲକଙ୍କୁ ଘରକୁ ଅଣାଯାଇଥିଲା, ହେଲେ ତାଙ୍କର ଦେହାନ୍ତ ହୋଇଥିଲା। ତିଲକ ଯାଦବ ନିଜର ଯୁବାବସ୍ଥାରେ ଜଣେ ନାମୀ ପହିଲମାନ ଥିଲେ। ସେ ଉତ୍ତର ପ୍ରଦେଶର ପଡରୌନା ଜିଲ୍ଲାର ପୋକରଭିଣ୍ଡା ଗାଁରେ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.