ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ,  ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

CDPO ପଦବୀ ପାଇଁ ଆବେଦନ କରୁଛି ଝାରଖଣ୍ଡ ଲୋକ ସେବା ଆୟୋଗ । ଗ୍ରାଜୁଏସନ କରିଥିଲେ ୨୭ ଜୁନରୁ କରିପାରିବେ ଆବେଦନ । ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମାତ୍ର ୧୫୦ ଟଙ୍କା ।

ଝାରଖଣ୍ଡ ଲୋକ ସେବା ଆୟୋଗରେ ଚାକିରି ସୁଯୋଗ । ଏଠାରେ ବାଳ ବିକାଶ ପରିଯୋଜନା ଅଧିକାରୀ ପଦବୀ ପାଇଁ ଭର୍ତ୍ତି କରାଯାଉଛି । ଯାହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  jpsc.gov.in କୁ ଯାଇ ଆବେଦନ କରିପାରିବେ । ଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।

ଏହି ପଦବୀ ଅଧିନରେ ମହିଳା, ବାଳ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗ, ଝାରଖଣ୍ଡରେ ବାଳ ବିକାଶ ପରିଯୋଜନା ଅଧିକାରୀ ପଦବୀରେ ୬୪ ପଦବୀ ଖାଲିପଡିଛି । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ପଦବୀ ବିବରଣୀ : ୬୪

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୭/୬/୨୦୨୩ ରହିଛି ।

ଆବେଦନ କରିବାର ଶେଷ ତାରିଖ  ୨୬/୭/୨୦୨୩ ରହିଛି ।

ପରୀକ୍ଷା ଶୁଳ୍କ ଦେବାର ଶେଷ ତାରିଖ ୨୮/୭/୨୦୨୩ ରହିଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୨ରୁ ୪୭ ବର୍ଷ ହୋଇଥିବା ଜରୁରୀ । ନିୟମ ଅନୁସାରେ ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ ।

କେମିତି ହେବ ଚୟନ : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଦ୍ବାରା ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୯୩୦୦-୩୪୮୦୦ ଗ୍ରେଡ ପେ ୫୪୦୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ୬୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଆବେଦନ କରିଥିବା ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ରିହାତି ମିଳିବ । ସେମାନେ ମାତ୍ର ୧୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ www.jpsc.gov.in କୁ ଯାଇ ଆବେଦନ କରନ୍ତୁ ।

ଏହାପରେ ହୋମପେଜର ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ନୋଟିସ୍‌ ଚେକ୍‌ କରିବା ପରେ ଅନଲାଇନ ଆବେଦନରେ କ୍ଲିକ କରନ୍ତୁ ।

ତା’ ପରେ ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ ।

ଆପ୍ଲିକେସନ ଫର୍ମ ଡାଉନଲୋଡ କରି ଏହାର ଏକ କପି କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://jpsc.gov.in/data/Press_Release_21_23_dated_08_06_2023.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.