Below header

NIA ରେ ଖାଲିପଡିଛି ପଦବୀ, ୧୦ମ ପାସ୍‌ ଠାରୁ ପିଏଚ୍‌ଡି କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଆର୍ୟୁବେଦ ଜୟପୁରରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ରେଡିଓଲୋଜିଷ୍ଟ, ନର୍ସିଂ ଅଫିସର ବିଭିନ୍ନ ପଦବୀ ପାଇଁ ପଦବୀ ଖାଲିପଡିଛି । ୧୦ମ ପାସ୍‌ ଠାରୁ ପିଏଚଡି କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ ।

ମେଡିକାଲ ପଢିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଆର୍ୟୁବେଦ ଜୟପୁରରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅଧିନରେ ସଂସ୍ଥାରେ ବିଭିନ୍ନ ପଦବୀ ଖାଲି ପଡିଛି । ଏହି ପଦବୀରେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ଆବେଦନ କରିବା ପାଇଁ ଏହାର ଅଫିସିଆଲ ୱେବସାଇଟ୍‌ nia.nic.in କୁ ଯାଇ ଆବେଦନ ଫର୍ମରେ ଆବେଦନ କରିପାରିବେ ।

ପଦବୀ ବିବରଣୀ: ୩୦

ରେଡିଓଲୋଜିଷ୍ଟ

ନର୍ସିଂ ଅଫିସର

ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ୫ ଜୁଲାଇ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ ଠାରୁ ଆରମ୍ଭ କରି ପିଏଚଡି କରିଥିଲେ କରିପାରିବେ ଆବେଦନ । ଏହାସହିତ ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ସହିତ ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୫ରୁ ସର୍ବାଧିକ ୫୬ ବର୍ଷ ହୋଇଥିବା ଜରୁରୀ । ତେବେ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ଛାଡ୍‌ ମିଳିବ ।

ଚୟନ ପ୍ରକ୍ରିୟା : ରେଡିଓଲୋଜିଷ୍ଟ, ନର୍ସିଂ ଅଫିସର ସମେତ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ ସ୍କ୍ରିନିଂ ଟେଷ୍ଟ/ଡିସକ୍ରପ୍ଟିଭ ଟେଷ୍ଟ ମାଧ୍ୟମରେ କରାଯିବ ।

ଦରମା : ରେଡିଓଲୋଜି, ନର୍ସିଂ ଅଫିସର ସମେତ ଅନ୍ୟାନ୍ୟ ପଦବୀ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୮ ହଜାରରୁ ୧,୭୭,୫୦୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.nia.nic.in/pdf/vacancy022023_18May2023.pdf

https://recruitment.niajaipur.com/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.