Below header

ବିଶ୍ବକପ୍‌ ୨୦୨୩ ପାଇଁ ଖୁବଶୀଘ୍ର ଜାରି ହେବ କାର୍ଯ୍ୟସୂଚୀ, ପିସିବିକୁ ଅଧିକ ସମୟ ଦେବନି ICC

ଆଇସିସି ତରଫରୁ ଆଗାମୀ ବିଶ୍ବକପ ୨୦୨୩ ପାଇଁ କାର୍ଯ୍ୟସୂଚୀ ୨୭ ଜୁନରେ ଘୋଷଣା କରାଯିବ । ଏହାର ଠିକ୍‌ ୧୦୦ ଦିନ ପରେ ବିଶ୍ବକପ ମେଗା ଇଭେଣ୍ଟ ଆରମ୍ଭ ହେବ ।

ବିଶ୍ବକପ୍‌ ୨୦୨୩କୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ବିଶ୍ବକପ କାର୍ଯ୍ୟସୂଚୀକୁ ଚାହିଁ ରହିଛନ୍ତି। ତେବେ ଖବର ମୁତାବକ, ଆଇସିସି ୨୭ ଜୁନରେ ବିଶ୍ବକପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା କରିପାରେ । ଆଉ କାର୍ଯ୍ୟସୂଚୀ ଘୋଷଣା ହେବାର ଠିକ୍‌ ୧୦୦ ଦିନ ପରେ ମେଗା ଇଭେଣ୍ଟ ଆରମ୍ଭ ହେବ ।

ବିସିସିଆଇ ତରଫରୁ ଆଇସିସିକୁ ବିଶ୍ବକପ ପାଇଁ କାର୍ଯ୍ୟସୂଚୀ ଡ୍ରାଫ୍‌ କରାଯାଇଛି । ଏହାପରେ ପାକିସ୍ତା କ୍ରିକେଟ ବୋର୍ଡ ତରଫରୁ ଲଗାତାର ଆପତ୍ତି ଯୋଗୁଁ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀର ଘୋଷଣା କରାଯାଇନାହିଁ । ପାକିସ୍ତା କ୍ରିକେଟ  ବୋର୍ଡ ଏପର୍ଯ୍ୟନ୍ତ ଆଇସିସିକୁ କୌଣସି କାର୍ଯ୍ୟସୂଚୀ ପଠାଇନାହିଁ ।

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ନଜମ ସେଠୀ ବିଶ୍ବକପରେ ନିଜ ଟିମ୍‌ ଭାଗ ନେବାକୁ ନେଇ ବୟାନ ଜାରି କରିଥିଲେ । ପୂର୍ବରୁ କାର୍ଯ୍ୟସୂଚୀକୁ ନେଇ କୌଣସି ସହମତି କିମ୍ବା ଅସହମତି ଦେଇପାରିବୁ ନାହିଁ ବୋଲି ଆଇସିସିକୁ କହିଦେଉଛୁ । ଏହା ଆମ ସରକାର ଉପରେ ନିର୍ଭର କରୁଛୁ । ଯେମିତି ଭାରତୀୟ ଟିମ ନିଜ ସରକାରଙ୍କ ଅନୁମତି ଉପରେ ନିର୍ଭର କରେ, ସେଭଳି ଆମେ ମଧ୍ୟ ନିର୍ଭର କରୁ ।

ଆଇସିସି ତରଫରୁ ପିସିବିକୁ ପଠାଯାଇଥିବା ଡ୍ରାଫ୍ଟ କାର୍ଯ୍ୟସୂଚୀରେ ୨ଟି ମ୍ୟାଚ୍‌ର ଭେନ୍ୟୁର ପରିବର୍ତ୍ତନ କରିବା ପାଇଁ ଆଇସିସିକୁ ନିବେଦନ କରିଛି । ଏଥିରେ ଗୋଟିଏ ମୁକାବିଲ ଆଫଗାନିସ୍ତାନ ବିପକ୍ଷରେ ଚେନ୍ନାଇ ମଇଦାନରେ ହେବାକୁ ରହିଥିବା ବେଳେ ଆଉ ଗୋଟେ ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁ ମଇଦାନରେ ରହିଛି । ପାକିସ୍ତାନୀ ଟିମ୍‌ ସ୍ପିନ ସୁହାଉଥିବା ପିଚରେ ଆଫଗାନ ଟିମ ବିପକ୍ଷରେ ଖେଳିବାକୁ ଚାହୁଁନାହିଁ । କିନ୍ତୁ ବିସିସିଆଇ ତରଫରୁ ଏଭଳି ଦାବିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.