SAIL ରେ ଖାଲିପଡିଛି ଏଗଜିକ୍ୟୁଟିଭ ଏବଂ ନନ୍‌ ଏଗଜିକ୍ୟୁଟିଭ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେଏଗଜିକ୍ୟୁଟିଭ ଏବଂ ନନ୍‌ ଏଗଜିକ୍ୟୁଟିଭ ପଦବୀ ଖାଲିପଡିଛି । ୧୫ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ ପ୍ରାର୍ଥୀ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ (SAIL) ତରଫରୁ ଏଗଜିକ୍ୟୁଟିଭ ଏବଂ ନନ୍‌ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରାଯାଉଛି। ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ www.sailcareers.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଏପ୍ରିଲ ୨୦୨୩ ରହିଛି ।

ପଦବୀ ବିବରଣୀ :

ଏଗଜିକ୍ୟୁଟିଭ :

କନସଲଟାଣ୍ଟ :୧୦
ମେଡିକାଲ ଅଫିସର : ୧୦
ମେଡିକାଲ ଅଫିସର : ୩
ମ୍ୟାନେଜମେଣ୍ଟ ଟ୍ରେନି : ୩
ଆସିଷ୍ଟାଣ୍ଟ ମ୍ୟାନେଜର : ୪

ନନ୍‌ ଏଗଜିକ୍ୟୁଟିଭ :

ଅପରେଟର କମ୍‌ ଟେକ୍ନିସିଆନ ଟ୍ରେନି : ୮୭
ମାଇନିଂ ଫୋରମ୍ୟାନ୍‌ : ୯
ସର୍ଭେୟର : ୬
ମାଇନିଂ ମେଟ : ୨୦
ଆଟେଡାଣ୍ଟ କମ୍‌ ଟେକ୍ନିସିଆନ ଟ୍ରେନି : ୩୪
ମାଇନିଂ ସରଦାର : ୫୦
ଆଟେଡାଣ୍ଟ କମ୍‌ ଟେକ୍ନିସିଆନ ଟ୍ରେନି: ୮

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଏଗଜିକ୍ୟୁଟିଭ ପଦବୀ ପାଇଁ ଆବେଦନ ଶୁଳ୍କ ୭୦୦ ଟଙ୍କା ରହିଥିବା ବେଳେ ଗ୍ରେଡ ଏସ ୩ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି। ସେହିପରି ଗ୍ରେଡ ୧ ପାଇଁ ଆବେଦନ ଶୁଳ୍କ ୩୦୦ ଟଙ୍କା ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି ।

ବୟସ ସୀମା : କନସଲଣ୍ଟାଣ୍ଟ ପାଇଁ ୪୧ ବର୍ଷ, ମେଡିକାଲ ଅଫିସର ୩୪ ବର୍ଷ, ମ୍ୟାନେଜମେଣ୍ଟ ଟ୍ରେନି, ଅପରେଟର, ଟେକ୍ନିସିଆନ ଟ୍ରେନି, ମାଇନିଂ ଫୋରମ୍ୟାନ୍‌ଏ ସର୍ଭେୟର, ମାଇନିଂ ମେଟ୍‌, ଆଟେଣ୍ଟାଣ୍ଟ ଇତ୍ୟାଦି ପାଇଁ ୨୮ ବର୍ଷ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି ।

ଦରମା : ଅଲଗା ଅଲଗା ପଦବୀ ପାଇଁ ଦରମା ଅଲଗା ଅଲଗା ରହିଛି ।

ଚୟନ ପ୍ରକ୍ରିୟା : ଆବେଦନ କରିବା ପ୍ରାର୍ଥୀଙ୍କର କମ୍ପ୍ୟୁଟର ଟେଷ୍ଟ ଏବଂ ସ୍କିଲ ଟେଷ୍ଟ ମାଧ୍ୟମରେ ଇଣ୍ଟରଭ୍ୟୁ ହେବ ।

ଚୟନିତ ପ୍ରାର୍ଥୀଙ୍କୁ ଝାରଖଣ୍ଡ ବୋକାରୋରେ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/bspjan23/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.