SBI PO ପ୍ରିଲିମ୍ସ ପରୀକ୍ଷା: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଆଡମିଟ୍ କାର୍ଡ, ଜାଣନ୍ତୁ କେମିତି କରିବେ ଡାଉନଲୋଡ
SBIରେ ୨୦୦୦ ପ୍ରୋବେସନାରୀ ଅଫିସର ପଦବୀ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ । ଅଫିସିଆଲ ନୋଟିଫିକେସନ ମୁତାବକ, ପ୍ରିଲମ୍ସି ପରୀକ୍ଷା ପାଇଁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଆଡମିଟ୍ କାର୍ଡ ରିଲିଜ ହେବ ।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାଲିପଡିଥିବା ୨୦୦୦ ପ୍ରୋବେସନାରୀ ଅଫିସର ପଦବୀ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ । ଆବେଦନ କରିଥିବା ପ୍ରାର୍ଥୀ ଆଡମିଟ୍ କାର୍ଡ ପାଇଁ ଏସବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଅଫିସିଆଲ ନୋଟିଫିକେସନ ମୁତାବକ, ପ୍ରିଲମ୍ସି ପରୀକ୍ଷା ପାଇଁ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଆଡମିଟ୍ କାର୍ଡ ରିଲିଜ ହେବ । ଏଥିପାଇଁ ପରୀକ୍ଷା ନଭେମ୍ବରରେ ଆୟୋଜିତ ହେବ । ଏହିସବୁ ପଦବୀ ପାଇଁ ସେପ୍ଟେମ୍ବର ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ହୋଇସାରିଛି । ୮୧୦ ସାମାନ୍ୟ ବର୍ଗ, ଓବିସି ପାଇଁ ୫୪୦, EWS ପ୍ରାର୍ଥୀ ୨୦୦, ୩୦୦ ଅନୁସୂଚିତ ଜାତି ଏବଂ ୧୫୦ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସିଟ୍ ରହିଛି । ଏଥିପାଇଁ ପ୍ରିଲିମ୍ସ ପରୀକ୍ଷା ନଭେମ୍ବର ୨୦୨୩ରେ ଆୟୋଜିତ ହେବ । ପ୍ରାର୍ଥୀଙ୍କ ଚୟନ ୩ଟି ପର୍ଯ୍ୟାୟରେ ହେବ । ଏହି ଭର୍ତ୍ତି ପାଇଁ ଅନଲାଇନ ପ୍ରାରମ୍ଭିକ ପରୀକ୍ଷା ନଭେମ୍ବରରେ ଆୟୋଜିତ ହେବ ।
ପଦବୀ ବିବରଣୀ : ୨୦୦୦
ପ୍ରାରମ୍ଭିକ ପରୀକ୍ଷା ପାଇଁ କଲ ଲେଟର : ଅକ୍ଟୋବର ଦ୍ୱିତୀୟ ସପ୍ତାହ
ଅନଲାଇନ ପରୀକ୍ଷା : ନଭେମ୍ବର ୨୦୨୩
ପ୍ରାରମ୍ଭିକ ପରୀକ୍ଷା ଫଳ : ନଭେମ୍ବର/ଡିସେମ୍ବର
ମୁଖ୍ୟ ପରୀକ୍ଷା କଲ୍ : ନଭେମ୍ବର/ଡିସେମ୍ବର
ଅନଲାଇନ ମୁଖ୍ୟ ପରୀକ୍ଷା : ଡିସେମ୍ବର/ଜାନୁଆରୀ ୨୦୨୪
ମୁଖ୍ୟ ପରୀକ୍ଷା ଫଳ : ଡିସେମ୍ବର/ଜାନୁଆରୀ ୨୦୨୪
ଇଣ୍ଟରଭ୍ୟୁ ଗ୍ରୁପ ଏକ୍ସରସାଇଜ : ଜାନୁଆରୀ/ଫେବୃଆରୀ ୨୦୨୪
ଶେଷ ରେଜଲ୍ଟ : ଫେବୃଆରୀ/ମାର୍ଚ୍ଚ ୨୦୨୪
କେମିତି କରିବେ ଆଡମିଟ କାର୍ଡ ଡାଉନଲୋଡ :
ପ୍ରଥମେ ଏସବିଆଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ତା’ପରେ କରେଣ୍ଟ ଓପନିଂ ଏବଂ ନ୍ୟୁ ପେଜ୍ ଓପନ କରନ୍ତୁ ।
ଏସବିଆଇ ପିଓ ପ୍ରିଲମ୍ସ ଆଡମିଟ୍ କାର୍ଡ ୨୦୨୩ ଲିଙ୍କ ପେଜ୍ ଆସିବ ।
ତା’ ପରେ ଜରୁରୀ ବିବରଣୀ ଭରିବା ପରେ ଆଡମିଟ୍ କାର୍ଡ ଡିସପ୍ଲେ ହେବ ।
ପରେ ଆଡମିଟ୍ କାର୍ଡକୁ ଡାଉନଲୋଡ କରି ଭବିଷ୍ୟତ ପାଇଁ ଏକ କପି ରଖିଦିଅନ୍ତୁ ।
ଅଧିକ ଜାଣିବା ୱେବସାଇଟକୁ ଯାଇ ଚେକ୍ କରନ୍ତୁ ।