Below header

SSC GD Recruitment 2024 : ଖାଲିପଡିଛି ୨୬ ହଜାର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

୧୦ମ ପାସ୍‌ କରିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । SSC GD ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଖାଲିପଡିଛି ୨୬ ହାଜରରୁ ଅଧିକ ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।

ଷ୍ଟାଫ ସିଲେକ୍ସନ କମିଶନ (SSC) GD ରେ ଭର୍ତ୍ତି ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଯେଉଁମାନେ ସିଆରପିଏଫ, ଏସଏସଏଫରେ କନେଷ୍ଟବଳ ଏବଂ ଆସାମ ରାଇଫଲ୍ସ ପରୀକ୍ଷା, ୨୦୨୪ରେ ରାଇଫଲମ୍ୟାନ(ଜିଡି) ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ ssc.nic.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ । ରେଜିଷ୍ଟ୍ରେସନ ତାରିଖ ୩୧ ଡିସେମ୍ବର ୨୦୨୩ରେ ଶେଷ ହେବ । ଅନଲାଇନ ଶୁଳ୍କ ଭରିବାର ଶେଷ ତାରିଖ ଜାନୁଆରୀ ୧, ୨୦୨୪ ରହିଛି ।

ପଦବୀ ବିବରଣୀ : ୨୬,୧୪୬

ବିଏସଏଫ : ୬୧୭୪
ସିଆଇଏସ୍‌ଏଫ : ୧୧,୦୨୫
ସିଆରପିଏଫ୍‌ : ୩୩୩୭
ଏସଏସବି : ୬୩୫
ଆଇଟିବିପି : ୩୧୮୯
ଏଆର : ୧୪୯୦
ଏସଏସଏଫ : ୨୯୬

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳରୁ ମାଟ୍ରିକ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରୟା : ଭର୍ତ୍ତି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା, ଚିକିତ୍ସା ପରୀକ୍ଷା ଏବଂ ଦସ୍ତାବିଜ ଭେରିଫିକେସନ ସାମିଲ ରହିଛି । କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଇ), ଇଂରାଜୀ, ହିନ୍ଦୀ ଏବଂ ୧୩ଟି ଭାଷାରେ ଆୟୋଜିତ ହେବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ୧୦୦ ଟଙ୍କା ଦେବାକୁ ହେବ । ମହିଳା, ଅନୁସୂଚିତ ଜାତି, ଜନଜାତି, ପୂର୍ବ ସୈନିକ ଆବେଦନ ଶୁଳ୍କରେ ଛାଡ ମିଳିବ । ଅନଲାଇନ ଆବେଦନ କରିବା ପାଇଁ ପ୍ରାର୍ଥୀ ଭୀମ ଆପ, ନେଟ ବ୍ୟାଙ୍କିଂ, ଭିସା, ମାଷ୍ଟରକାର୍ଡ, ମେଷ୍ଟ୍ରୋ, ରୁପେ କ୍ରେଡିଟ୍‌ କିମ୍ବା ଡେବିଟ କାର୍ଡର ବ୍ୟବହାର କରିପାରିବେ ।

ଅଧିକ ବିବରଣୀ ପାଇଁ ୱେବସାଇଟକୁ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.