ଲଭ୍‌ ଲାଇଫକୁ ସୁସ୍ଥ ରଖିବା ପାଇଁ ଏମିତି ସୁଧାରନ୍ତୁ ବେଡ ରୁମର ବାସ୍ତୁ ଦୋଷ

କୌଣସି ସୁସ୍ଥ ସମ୍ପର୍କ ପାଇଁ ପରସ୍ପରକୁ ପ୍ରେମ,ସମ୍ମାନ ଓ ଯତ୍ନର ଆବଶ୍ୟକତା ରହିଛି । ଯାହାକୁ ସମସ୍ତ ଦମ୍ପତି ଚାହାଁନ୍ତି । ଏହି ସୁସ୍ଥ ପ୍ରେମ ସମ୍ପର୍କ ପାଇଁ ବାସ୍ତୁ ମଧ୍ୟ କେତେକାଂଶରେ ଦାୟୀ ହୋଇଥାଏ । ବେଳେ ବେଳେ ବେଡ ରୁମର ବାସ୍ତୁ ଦୋଷ ପାଇଁ ଲଭ ଲାଇଫରେ ବିଭିନ୍ନ ଅସୁବିଧା ଦେଖାଦେଇଥାଏ । ଆମେ ଯଦି ବେଡରୁମର ବାସ୍ତୁ ଦୋଷକୁ ସୁଧାରିଦେବା ତେବେ ଆମର ଲଭ ଲାଇଫ ମଧ୍ୟ ସୁଧୁରିଯିବ । ଲଭ ଲାଇଫରେ ଦେଖା ଦେଉଥିବା ସବୁ ଅସୁବିଧାକୁ ବାସ୍ତୁ ଟିପ୍ସ ମାଧ୍ୟମରେ ସୁଧାରି ପାରିବେ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଏକ୍ସପର୍ଟ ଲଭ ଲାଇଫକୁ ସୁଧାରିବା ପାଇଁ ।

୧.  ମାଷ୍ଟର ବେଡ ରୁମରେ ବେଡର ଅବସ୍ଥିତି ଦକ୍ଷିଣ ଦିଗ ବା ଦକ୍ଷିଣ ପଶ୍ଚିମରେ ରହିବା ଆବଶ୍ୟକ । କିନ୍ତୁ କେବେ ବି ଏହି ଦୁଇ ଦିଗ ମଧ୍ୟରେ ରଖନ୍ତୁ ନାହିଁ । ଏହା ସମ୍ପର୍କରେ ବାଧା ସୃଷ୍ଟି କରିବ ।

୨. ସେହିପରି ମାଷ୍ଟର ବେଡ ରୁମ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଦରକାର । ଏହାଦ୍ୱାରା ପଜିଟିଭ (ସକରାତ୍ମକ) ଶକ୍ତି ଘରେ ସୃଷ୍ଟି ହୋଇଥାଏ ଓ ସମ୍ପର୍କରେ ସ୍ଥିରତା ଆସିଥାଏ ।

୩. ବେଡରୁମ ରେଗୁଲାର ସେପ ହେବା ଦରକାର । ଘରେ ତୀକ୍ଷ୍ମ କୋଣ କିମ୍ବା ସେପ ନ ରହିବା ଦରକାର ।

୪. ଘରେ ଧାତୁ ନିର୍ମିତ ବେଡ ନ ରହିବା ଦରକାର । ଏହା ନିଦ୍ରାରେ ବାଧା ସୃଷ୍ଟି କରିଥାଏ । ପାର୍ଟନରଙ୍କ ମଧ୍ୟରେ ଟେନସନ ସୃଷ୍ଟି କରିଥାଏ ।

୫. ବେଡ ରୁମରେ ବ୍ୟବହୃତ ରଂଗ ହାଲକା ହେବା ଦରକାର । ରଂଗ ପିଚ କିମ୍ବା ପିଙ୍କ କଲର ହେବା ଦରକାର ।

୬. ସ୍ତ୍ରୀ ସର୍ବଦା ସ୍ୱାମୀଙ୍କ ବାମ ଭାଗରେ ଶୋଇବା ଦରକାର । ଏହାଦ୍ୱାରା ରିଲେସନସିପରେ ମଧୁରତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.