ରିଲେସନସିପ ଟିପ୍ସ : ଯଦି ଆପଣ ଏପରି ବ୍ୟକ୍ତିଙ୍କୁ କରୁଛନ୍ତି ବିବାହ, ଆପଣଙ୍କ ଜୀବନ ହୋଇପାରେ ବର୍ବାଦ

ବିବାହ ଜୀବନର ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ନେବା ପୂର୍ବରୁ ପ୍ରେମ ବ୍ୟତୀତ ଅନେକ ବିଷୟ ଉପରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଯେପରି ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପଡିବାକୁ ନହୁଏ । ବିବାହ ପୂର୍ବରୁ ଜଣେ ବ୍ୟକ୍ତିକୁ ଭଲ ଭାବେ ଯାଞ୍ଚ କରିବାକୁ ପଡ଼ିଥାଏ । ନଚେତ ଆପଣଙ୍କୁ ଭବିଷ୍ୟତରେ ଅନେକ ଅସୁବିଧାର ସାମନା କରିବାକୁ ପଡିପାରେ । ଯଦି ଆପଣ କାହାକୁ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି ତେବେ ଏମିତି ଆଦତ ଥିବା ବ୍ୟକ୍ତିଙ୍କୁ କେବେ ବି ବିବାହ କରନ୍ତୁ ନାହିଁ । ଆସନ୍ତୁ ଜାଣିବା କ’ଣ ସବୁ ସେହି ଆଦତ ।

ଯିଏ ଆପଣଙ୍କ ସବୁ କାମରେ ଦୋଷ ବାହାର କରନ୍ତି

ଯଦି ଆପଣ ଏମିତି ବ୍ୟକ୍ତିଙ୍କ ସହ ରିଲେସନସିପରେ ଅଛନ୍ତି ଯିଏ କି ଆପଣଙ୍କ ପ୍ରତି କାମରେ ଦୋଷ ବାହାର କରୁଛନ୍ତି । ସେପରି ବ୍ୟକ୍ତିଙ୍କୁ ବିବାହ କରିବାକୁ ଇଚ୍ଛା କରୁଥିଲେ ଟିକିଏ ସମ୍ଭାଳି ଯାଆନ୍ତୁ । ନଚେତ ପଡ଼ିଯାଇ ପାରନ୍ତି ବଡ଼ ଅସୁବିଧାରେ । ଯେଉଁ ବ୍ୟକ୍ତି ଆପଣଙ୍କ ସବୁ କାମରେ ଦୋଷ ବାହାର କରନ୍ତି ସେ ଭବିଷ୍ୟତରେ ଆପଣଙ୍କୁ ଖୁସି ରଖିପାରିବେ ନାହିଁ । ବିବାହ ପରେ ବି ସେ ବ୍ୟକ୍ତି ଛୋଟ ଛୋଟ କଥାରେ ଆପଣଙ୍କ ଦୋଷ ବାହାର କରି ଆପଣଙ୍କ କନଫିଡାନ୍ସକୁ ଆଘାତ ଦେବେ । ଆପଣ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇପାରେ ।

marriage.jpg-

ଅନ୍ୟ ଆଗରେ ଯିଏ ଆପଣଙ୍କୁ ଖରାପ କହୁଥିବ

ଯେଉଁ ବ୍ୟକ୍ତି ପ୍ରତି କଥାରେ ଆପଣଙ୍କ ଦୋଷ ତ୍ରୁଟି ବାହାର କରିବା ସହ ଅନ୍ୟ ଆଗରେ ଆପଣଙ୍କ ବିଷୟରେ ଖରାପ କହୁଥିବ । ସେଭଳି ବ୍ୟକ୍ତିଙ୍କୁ ବିବାହ କରିବାକୁ କେବେ ବି ଚିନ୍ତା କରନ୍ତୁ ନାହିଁ । ହୋଇପାରେ କେବେ ଆପଣଙ୍କ ଭୂଲ ହୋଇଯିବ ଓ ଏହି ବ୍ୟକ୍ତି ଆପଣଙ୍କ ଦୋଷ ଧରି ଅନ୍ୟ ଆଗରେ ଆପଣଙ୍କୁ ଖରାପ କହିବେ । ଏପରି ବ୍ୟକ୍ତିଙ୍କୁ ବିବାହ କରିବାକୁ ସ୍ୱପ୍ନରେ ବି ଭାବନ୍ତୁ ନାହିଁ ।

ଯେଉଁ ବ୍ୟକ୍ତି ଆପଣଙ୍କ ଉନ୍ନତିରେ ଚିଡୁଥିବେ

ଏପରି ବ୍ୟକ୍ତିଙ୍କୁ ବିବାହ କରିବାକୁ କେବେ ବି ଚିନ୍ତା କରନ୍ତୁ ନାହିଁ ଯିଏ ଆପଣଙ୍କ ଉନ୍ନତିରେ ଚିଡୁଥିବେ ବା ପସନ୍ଦ କରୁନଥିବେ । ଏପରି ବ୍ୟକ୍ତିଙ୍କୁ ବିବାହ କରିବା ଆପଣଙ୍କ ଭବିଷ୍ୟତକୁ ଖରାପ କରିବା ନିଷ୍ପତ୍ତି ହୋଇପାରେ । ଏପରି ବ୍ୟକ୍ତି ଭାବୁଥାଏ ଯେ ଆପଣଙ୍କ ଅପେକ୍ଷା ସେ ଅଧିକ ସଫଳ ହେବା ଦରକାର । ଏପରି ବ୍ୟକ୍ତିଙ୍କ ଠାରୁ ତୁରନ୍ତ ଦୂରତା ବନାନ୍ତୁ । ଆପଣ ଯଦି ଏପରି ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ଆପଣ ନିଜର ଭବିଷ୍ୟତ ଓ କ୍ୟାରିୟର ଉଭୟକୁ ବରାବାଦ କରିଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.