Iphone 15 pro max ପାଇଁ ଜିଦ୍ ଧରିଲା ୧୧ ବର୍ଷର ଝିଅ, ବାପା ମନା କରିବାରୁ କହିଲା, ‘ତମେ ମୋ ଜୀବନ ନଷ୍ଟ କରୁଛ’

ନିକଟରେ ଏକ ୧୧ ବର୍ଷର ଝିଅ ଯିଏକି ନିଜ ସାଙ୍ଗମାନଙ୍କ ପରାମର୍ଶରେ ତାଙ୍କ ପିତାମାତାଙ୍କୁ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ମାଗିଥିଲା । କିନ୍ତୁ ତାଙ୍କ ବାପା ଏହି ଫୋନ ଦେବାକୁ ମନା କରିଦେଇଥିଲେ । ଏହାପରେ ଝିଅ ବାପାଙ୍କ ଉପରେ ରାଗିଯାଇ କହିଲା ଯେ 'ତମେ ମୋ ଜୀବନ ନଷ୍ଟ କରୁଛ' । ଏବେ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜିକାଲି ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କୁ ଖୁବ ଛୋଟ ବୟସରୁ ମୋବାଇଲ୍ ଫୋନ୍ ଦେଉଛନ୍ତି ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କ ଉପରେ ସବୁବେଳେ ନଜର ରଖିପାରିବେ । କିନ୍ତୁ ଏହି ମୋବାଇଲ୍ ପରେ ସେମାନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ, କାରଣ ତା’ପରେ ପିଲାମାନେ ମୋବାଇଲ୍ ଛାଡନ୍ତି ନାହିଁ । ମୋବାଇଲର ଅତ୍ୟଧିକ ବ୍ୟବହାର ଉଭୟ ସ୍ୱାସ୍ଥ୍ୟ ଏବଂ ମନ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ନିକଟରେ ଏକ ୧୧ ବର୍ଷର ଝିଅ ସହିତ ମଧ୍ୟ ସମାନ ଘଟଣା ଘଟିଛି, ଯିଏକି ନିଜ ସାଙ୍ଗମାନଙ୍କ ପରାମର୍ଶରେ ତାଙ୍କ ପିତାମାତାଙ୍କୁ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ମାଗିଥିଲେ । କିନ୍ତୁ ତାଙ୍କ ପିତାମାତା ତାଙ୍କୁ ଟିକେ କମ୍ ଦାମର ଆଇଫୋନ୍ ୧୩ ଦେବାକୁ ଚିନ୍ତା କରିଥିଲେ ।

ତାଙ୍କ ପିତା ଏକ ସୋସିଆଲ ମିଡ଼ିଆ ଆପ୍ reddit ରେ ଏକ ଷ୍ଟୋରି ସେୟାର କରି କହିଛନ୍ତି ତାଙ୍କ ଝିଅ କହୁଛି ଯେ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ଫୋନ ନଦେଇ ସେ ନିଜ ଝିଅ ଜୀବନକୁ ନଷ୍ଟ କରୁଛନ୍ତି । Reddit ରେ ବାପା ତାଙ୍କ ଝିଅ ବିଷୟରେ ଲେଖିଛନ୍ତି ଯେ, “ତାଙ୍କର ଏକ ୧୧ ବର୍ଷର ଝିଅ ଅଛି । ଦୁଇ ବର୍ଷ ପୂର୍ବେ ସେ ତାଙ୍କ ପୁରୁଣା ଆଇଫୋନ୍ ୮ ନିଜ ଝିଅକୁ ଦେଇଥିଲେ । ସେ ଏହାକୁ ସାଙ୍ଗମାନଙ୍କ ସହ କଥାବାର୍ତ୍ତା କରିବା ଏବଂ ସୋସିଆଲ୍ ମିଡିଆ ବ୍ୟବହାର କରିବା ପାଇଁ ନେଇଥିଲେ । କିନ୍ତୁ ନିକଟରେ ଛୋଟ ଝିଅଟି ଏକ ନୂଆ ଫୋନ୍ ମାଗିଥିଲା କାରଣ ପୂର୍ବ ଫୋନଟି ପୁରୁଣା ହୋଇଯାଇଥିଲା ଏବଂ ତାଙ୍କର ସମସ୍ତ ସାଙ୍ଗଙ୍କର ନୂଆ ଫୋନ୍ ଅଛି ।

ତେଣୁ ବାପା ଜଣଙ୍କ ଭାବିଥିଲେ ଯେ ଝିଅ ପାଇଁ ଏକ ଆଇଫୋନ୍ ୧୩ ଭଲ ରହିବ । ଏହାର ମୂଲ୍ୟ $ ୬୦୦, କ୍ୟାମେରା ଏବଂ ବ୍ୟାଟେରୀ ମଧ୍ୟ ଭଲ, ଏବଂ ଦେଖିବା ପାଇଁ ବାକି ଆଇଫୋନ୍ ଗୁଡିକ ସହିତ ସମାନ । କିନ୍ତୁ ଝିଅକୁ ନୂଆ ଫୋନ୍ ଦେବା କଥା ଚିନ୍ତା କରିବା ପରେ ଏକ ସମସ୍ୟା ଉପୁଜିଲା । କାରଣ ଝିଅଟି ପୁରୁଣା ଫୋନ ବଦଳରେ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ଚାହୁଁଥିଲା । ତାଙ୍କ ପିତା ଏହା ମଧ୍ୟ କହିଛନ୍ତି ଯେ ଏହାର କାରଣ ହେଉଛି ଝିଅଟି ଫୋନରେ ଗେମ ଖେଳେ ଏବଂ କହିଥିଲା ଯେ ତାକୁ ଗେମ୍ ଖେଳିବା ପାଇଁ ଆଇଫୋନ ୧୫ ଦରକାର କାରଣ ଏହି ଫୋନର ସ୍କ୍ରିନ୍ ବହୁତ ଚିକ୍କଣ । ଏହା ପରେ ବାପା ଝିଅକୁ ବୁଝାଇଥିଲେ ଯେ ସେ ଆଇଫୋନ୍ ୧୩ ବ୍ୟବହାର କରୁ, କିନ୍ତୁ ଝିଅଟି ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସରେ ଜିଦ୍ ଧରିଛି, ଯାହା ଆଇଫୋନ୍ ୧୩ ଠାରୁ ଦୁଇଗୁଣ ମହଙ୍ଗା ।

ତେବେ ବର୍ତ୍ତମାନ ବାପା ଜଣଙ୍କ କ’ଣ କରିବେ ସେ ନେଇ ଖୁବ ଚିନ୍ତିତ ଅଛନ୍ତି? ସତ କହିବାକୁ ଗଲେ, ବାପା ଜଣଙ୍କ ଏହାକୁ କିଣିବା ଆବଶ୍ୟକ ମନେ କରିଲେ ନାହିଁ ଏବଂ ସେ ଆଇଫୋନ ୧୫ ଦେବାକୁ ସିଧା ସିଧା ମନା କରିଦେଇଥିଲେ । ଏହାପରେ ଝିଅ ବାପାଙ୍କ ଉପରେ ରାଗିଗଲା ଏବଂ କହିଲା ସେ ତାଙ୍କ ଜୀବନକୁ ନଷ୍ଟ କରୁଛନ୍ତି ଏବଂ ତା’ ସାଙ୍ଗଙ୍କର ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ଅଛି । ତେବେ ଏହା ପରେ ଝିଅଟିର ମା’ ଏକ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ଫୋନ୍ କିଣି ଝିଅକୁ ଏକ ବଡ ଉପହାର ଭାବରେ ଦେବାକୁ ଚିନ୍ତା କରୁଛନ୍ତି । ବର୍ତ୍ତମାନ, ଝିଅର ଜିଦ ଯୋଗୁଁ ପିତାମାତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ​​। ଏବେ ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏତେ ଛୋଟ ବୟସରୁ ଏଭଳି ଏତେ ଦାମୀ ଫୋନ ପାଇଁ ଜିଦ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.